ଡିସେମ୍ବର ରେ ବରଗଡ଼ ଧନୁଯାତ୍ରା...

Nov 13, 2025 - 21:09
 29
ଡିସେମ୍ବର ରେ ବରଗଡ଼ ଧନୁଯାତ୍ରା...

ବରଗଡ଼: ଆସନ୍ତା ଡିସେମ୍ବର ୨୪ ତାରିଖରୁ ଆରମ୍ଭ

ହେବାକୁ ଯାଉଛି ବିଶ୍ବ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା । ଦୀର୍ଘ ୧୧ଦିନ ଧରି ଏହି ମହୋତ୍ସବ ଚାଲିବ । ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ । ଏଥିପାଇଁ ଆସନ୍ତା ୧୭ ତାରିଖରେ କଂସ ଚୟନ ହେବ ବୋଲି ବରଗଡ଼ ଧନୁଯାତ୍ରା କମିଟି ସୂଚନା ଦେଇଛି । ସୁଚନା ଅନୁସାରେ ଆଗାମୀ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ପାଇଁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହେବ । ୧୫ ଓ ୧୬ ତାରିଖରେ ବିଭିନ୍ନ ଚରିତ୍ର ପାଇଁ ଚୟନ ପ୍ରକ୍ରିୟା ହେବ । ୧୭ ତାରିଖରେ କଂସ ଚରିତ୍ର ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ ।