ଦିଲ୍ଲୀରେ ଲାଲକିଲା ମେଟ୍ରୋ ଷ୍ଟେସନ ଆରମ୍ଭ...

Nov 17, 2025 - 12:30
 7
ଦିଲ୍ଲୀରେ ଲାଲକିଲା ମେଟ୍ରୋ ଷ୍ଟେସନ ଆରମ୍ଭ...

ନୂଆଦିଲ୍ଲୀ : ଲାଲକିଲ୍ଲା ବିସ୍ଫୋରଣ ପରେ ସୁରକ୍ଷାକୁ

ଦୃଷ୍ଟିରେ ରଖ୍ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନକୁ ବନ୍ଦ କରି ଦିଆଯାଇଥିଲା । ବର୍ତମାନ କିନ୍ତୁ ପୁଣି ଷ୍ଟେସନ୍ର ସମସ୍ତ ଗେଟ୍ କାର୍ଯ୍ୟକ୍ଷମତା ପାଇଁ ଖୋଲି ଦିଆଯାଇଛି ବୋଲି ଡିଏମଆରସି ଟ୍ରିଟ୍ ଘୋଷଣା କରିଛନ୍ତି । ଗେଟ୍ ୨ ଏବଂ୩ ଗତକାଲି ଖୋଲାଯାଇଥିଲାବେଳେ ଗେଟ୍ ୧ ଏବଂ ୪ ଆଜି ଖୋଲାଯାଇଛି ।

ସୂଚନାନୁଯାୟୀ, ନଭେମ୍ବର ୧୦ ଦିଲ୍ଲୀ ବିସ୍ଫୋରଣ ପରେ ସତର୍କମୂଳକ ପଦକ୍ଷେପ ସ୍ବରୂପ ମେଟ୍ରୋ ଷ୍ଟେସନକୁ ବନ୍ଦ କରିଦିଆଯାଇଥିଲା । ଏହି ମାମଲାର ତଦନୁ ସମୟରେ ଗୋଟିଏ ପରେ ଗୋଟିଏ ରହସ୍ୟ ସାମ୍ନାକୁ ଆସୁଛି । ବିସ୍ଫୋରଣ ସ୍ଥାନରୁ ୩ଟି କ୍ୟାଟ୍ରିଜ ଉଦ୍ଧାର କରାଯାଇଛି ବୋଲି ପୋଲିସ୍ ସୂତ୍ରରୁ ଜଣାପଡିଛି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଘଟଣାସୁଳକୁ ଏହି ଜିନିଷ କିପରି ଆସିଲା ସେ ନେଇ ତଦନୁ ବର୍ତ୍ତମାନ ସୁଦ୍ଧା ଜାରି ରହିଛି । ଏହାରି ମଧ୍ଯରେ ବନ୍ଦ ହୋଇ ରହିଥ‌ିବା ମେଟ୍ରୋ ଷ୍ଟେସନକୁ ପୁଣି ଖୋଲି ଦିଆଯାଇଛି ।