ପଶ୍ଚିମ ବଙ୍ଗ ଓ ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ...

Jan 17, 2026 - 17:19
 17
ପଶ୍ଚିମ ବଙ୍ଗ ଓ ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ...

ପଶ୍ଚିମ ବଙ୍ଗ ଓ ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ...

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭-୧୮ ଜାନୁଆରୀ, ୨୦୨୬ରେ ପଶ୍ଚିମବଙ୍ଗ ଗସ୍ତ କରିବେ । ଜାନୁଆରୀ ୧୭ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ମାଲଦା ଗସ୍ତ କରିବେ ଏବଂ ହାଓଡ଼ା ଓ ଗୌହାଟୀ (କାମାକ୍ଷା) ମଧ୍ୟରେ ମାଲଦା ଟାଉନ ରେଳ ଷ୍ଟେସନରେ ଭାରତର ପ୍ରଥମ ବନ୍ଦେ ଭାରତ ଫ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହାପରେ ଅପରାହ୍ଣ ପ୍ରାୟ ୧ଟା ୪୫ ମିନିଟରେ, ପ୍ରଧାନମନ୍ତ୍ରୀ ମାଲଦାରେ ଏକ ସାର୍ବଜନୀକ କାର୍ଯ୍ୟକ୍ରମରେ ୩,୨୫୦ କୋଟି ଟଙ୍କାରୁ ଅଧୂକ ମୂଲ୍ୟର ବିଭିନ୍ନ ରେଳ ଓ ସଡ଼କ ଭିତ୍ତଭୂମି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଓ ଶିଳାନ୍ୟାସ କରିବେ ।

ଜାନୁଆରୀ ୧୮ ତାରିଖ ଅପରାହ୍ଣ ପ୍ରାୟ ୩ଟା ସମୟରେ, ପ୍ରଧାନମନ୍ତ୍ରୀ ହୁଗଲି ଜିଲ୍ଲାର ସିଙ୍ଗୁରରେ ପ୍ରାୟ ୮୩୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ମାଲଦାରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ର ନମନ୍ତ୍ରୀ ମାଲଦା ଗସ୍ତ କରିବେ ଏବଂ ୩,୨୫୦ କୋଟି ଟଙ୍କାର ବହୁବିଧ ରେଳ ଓ ସଡ଼କ ଭିତ୍ତିଭୂମି ମି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଶିଳାନ୍ୟାସ କରିବେ । ବେ । ଏହାର ଲକ୍ଷ୍ୟ ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବ କ୍ଷେତ୍ରରେ ସଂଯୋଗକୁ ସୁଦୃଢ଼ କରିବା ଏବଂ ବିକାଶକୁ ତ୍ବରାନ୍ବିତ କରିବା ।

ପ୍ରଧାନମନ୍ତ୍ରୀ ମାଲଦା ରେଳ ଷ୍ଟେସନ ପରିଦର୍ଶନ କରି, ଯେଉଁଠାରେ ସେ ହାଓଡ଼ା ଓ ଗୌହାଟୀ (କାମାକ୍ଷା) ମଧ୍ୟରେ ଭାରତର ପ୍ରଥମ ବନ୍ଦେ ଭାରତ ଫ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେ ଆଭାସୀରେ ମଧ୍ୟ ଗୌହାଟୀ (କାମାକ୍ଷା)-ହାଓଡ଼ା ଷା)-ହାଓଡ଼ା ବନ୍ଦେ ଭାରତ ସ୍କ୍ରିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଆଧୁନିକ ଭାରତର ବର୍ଷିତ ପରିବହନ ଆବଶ୍ୟକତା ପୂରଣ କରିବା ପାଜ ପାଇଁ ବିକଶିତ, ସମ୍ପୂର୍ଣ୍ଣ ବାତାନୁକୂଳିତ ବନ୍ଦେ ଭାରତ ସ୍ମିପର ଟ୍ରେନ ଯାତ୍ରୀମାନଙ୍କୁ ମିତବ୍ୟୟୀ ଭଡ଼ାରେ ବିମାନଯାତ୍ରା ପରି ଅଭିଜ୍ଞତା ପ୍ରଦାନ କରିବାକୁ ପ୍ରସ୍ତୁତ । ଏହା ଦୀର୍ଘ ଦୂରତ୍ବ ଯାତ୍ରାକୁ ଦ୍ରୁତ, ସୁରକ୍ଷିତ ଏବଂ ଅଧୂକ ସୁବିଧାଜନକ କରିବ । ହାଓଡ଼ା - ଗୌହାଟୀ (କାମାକ୍ଷା) ରୁଟରେ ପ୍ରାୟ ଅଢ଼େଇ ଘଣ୍ଟାର ଯାତ୍ରା ସମୟ ସମୟକୁ ଉଲ୍ଲେଖନୀୟ ଭାବେ ହ୍ରାସ କରି, ଏହି ଟ୍ରେନ ଧାର୍ମିକ ଯାତ୍ରା ଏବଂ ପର୍ଯ୍ୟଟନକୁ ମଧ୍ୟ ଏକ ପ୍ରମୁଖ ପ୍ରୋତ୍ସାହନ ଦେବ ।

ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ଚାରୋଟି ପ୍ରମୁଖ ପ୍ରମୁଖ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ, ଯେଉଁଥ୍‌ରେ ବାଲୁରଘାଟ ଓ ହିଲି ମଧ୍ଯରେ ନୂତନ ରେଳଲାଇନ, ନ୍ୟୁ ଜଲପାଇଗୁଡ଼ିରେ ପରବ ପରବର୍ତ୍ତୀ ପିଢ଼ିର ପଣ୍ୟ ପରିବହନ ରକ୍ଷଣାବେକ୍ଷଣ ସୁବିଧା, ସିଲିଗୁଡ଼ି ଲୋକୋ ସେଡର ଉନ୍ନତିକରଣ ଏବଂ ଜଲପାଇଗୁଡ଼ି ଜିଲ୍ଲାରେ ବନ୍ଦେ ଭାରତ ଟ୍ରେନ ରକ୍ଷଣାବେକ୍ଷଣ ସୁବିଧାର ଆଧୁନିକୀକରଣ ଅନୁର୍ଭୁକ୍ତ । ଏହି ପ୍ରକଳ୍ପ ଗୁଡ଼ିକ ଯାତ୍ରୀ ଏବଂ ପଣ୍ୟ ପରି ପରିବହନ କାର୍ଯ୍ୟକୁ ସୁଦୃଢ଼ କରିବ, ଉତ୍ତର ବଙ୍ଗରେ ଲଜିଷ୍ଟିକ୍ସ ଦକ୍ଷତାରେ ଉନ୍ନତି ଆଣିବ ଏବଂ ଏ ଏହି ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ପ୍ରଧାନମନ୍ତ୍ରୀ ନ୍ୟୁ କୁଚବିହାର-କୁଚବିହାର- ବାମନହାଟ ଏବଂ ନ୍ୟୁ କୁଚବିହାର - ବକ୍ସିରହାଟ ମଧ୍ୟରେ ରେଳ ଲାଇନର ବିଦ୍ୟୁତୀକରଣକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ Í କରିବେ, ଯାହା ଦ୍ରୁତ, ସ୍ବଚ୍ଛ ଏବଂ ଅଧୂକ ଶକ୍ତି - କାର୍ଯ୍ୟକ୍ଷମ ଟ୍ରେନ ପରିଚାଳନକୁ ସକ୍ଷମ କରିବ ।