ପୁରୀ ସହର ଏବେ ନାକାବନ୍ଦୀ ରହିଛି
ଜିଲ୍ଲାରେ ଅପରାଧୀକୁ ସାବାଡ କରିବା ଓ ଲ’ଅର୍ଡର (Law & Order) ସ୍ଥିର କରିବାକୁ ପୁରୀ ପୋଲିସ ଦ୍ବାରା ବ୍ୟାପକ ରାତିରେ ନାକାବନ୍ଦୀ ଆରମ୍ଭ କରାଯାଇଛି। ଏହା ପୁରୀ ଜିଲ୍ଲାର ସମସ୍ତ ପୋଲିସ୍ ଥାନା ସୀମାରେ ପ୍ରଚଳିତ ହୋଇଛି। ଏହି କାର୍ଯ୍ୟକ୍ରମଟି ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ ଙ୍କ ସ୍ବୟଂ ପ୍ରତ୍ୟକ୍ଷ ନିର୍ଦେଶରେ ଆରମ୍ଭ ହୋଇଛି। ଅପରାଧୀମାନଙ୍କ ଗତିବିଧୂକୁ ନିୟନ୍ତ୍ରଣ କରିବା, ରାତିରେ ଚାଲୁଥିବା ସନ୍ଦିଗ୍ଧ ଯାନବାହନ ଓ ବ୍ୟକ୍ତିଙ୍କୁ ଯାଞ୍ଚ କରିବା, ପୁରୀକୁ ଏକ ଶାନ୍ତିପୂର୍ଣ୍ନ ଓ ସୁରକ୍ଷିତ ପ୍ରାଣନ୍ତଳ କରିବା ଓ ପ୍ରଯ୍ୟଟକ ଓ ସାଧାରଣ ଲୋକଙ୍କୁ ନିରାପତ୍ତାରେ ରଖିବା। ଜିଲ୍ଲାର 25ଟି ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ନାକାବନ୍ଦୀ ପୁରୀ ଜିଲ୍ଲାର 25ଟି ପ୍ରଧାନ ସ୍ଥାନ ଚିହ୍ନଟ କରାଯାଇ, ସେଠାରେ ଥାନା ପୋଲିସ ସହ ଅତିରିକୁ ପୋଲିସ ଦିଆଯାଇଛି ।
SP ପୁରୀଙ୍କ ବାର୍ଷା : “ଅପରାଧୀ ହେବେ ସାବାଡ – ପୁରୀକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଅପରାଧମୁକ୍ତ ରଖିବା ପାଇଁ ଏହି କଠୋର ନାକାବନ୍ଦୀ ପୁରୀ ପୋଲିସ ଙ୍କ ତରଫରୁ ସୁଚିନ୍ତିତ ପଦକ୍ଷେପ।”
ସାଧାରଣଙ୍କୁ ଅନୁରୋଧ ପୁରୀ ପୋଲିସ ସାଧାରଣଙ୍କୁ ଅନୁରୋଧ କରୁଛି – ଯାଞ୍ଚ ସମୟରେ ପୋଲିସଙ୍କୁ ସହଯୋଗ କରନ୍ତୁ।
ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଗତିବିଧୂ ବିଷୟରେ 112 କିମ୍ବା ନିକଟସୁ ପୋଲିସ ଷ୍ଟେସନ୍ କୁ ତୁରନୁ ସୂଚନା ଦିଅନ୍ତୁ।