ବାତ୍ୟା ପାଇଁ ମୋହନ ସରକାର ଅଛନ୍ତି ଚଳ ଚଞ୍ଚଳ...
ଭୁବନେଶ୍ବର: ବାତ୍ୟା 'ମୋନା' ପାଇଁ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଆସନ୍ତାକାଲିଠୁ ୩୦ ଯାଏଁ ୮ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ବନ୍ଦ ରହିବ ସ୍କୁଲ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି।