ବିଦ୍ୟୁତ୍‌ ସର୍ଟ ସର୍କିଟ ଯୋଗୁ ଚାଲିଗଲା ୪ ଜୀବନ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଘଟିଛି ଅଭାବନୀୟ ଘଟଣା। ହୋଲି ପୂର୍ବରୁ ଛାରଖାର ହୋଇଗଲା ପୂରା ପରିବାର। ବିଦ୍ୟୁତ୍‌ ସର୍ଟ ସର୍କିଟ ଯୋଗୁ ଘଟିଲା ହୃଦୟ ବିଦାରକ ଘଟଣା ଗୋଟିଏ ପରିବାରର ୪ ଛୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ବାପାମା’ ଗୁରୁତର ହୋଇଛନ୍ତି। ଉତ୍ତରପ୍ରଦେଶରେ ମୁଜଫରନଗରରେ ଏକ ଦିନ ମଜୁରିଆଙ୍କ ପରିବାର ଭଡ଼ାରେ ରହୁଥିଲେ। ସେଥିରେ ପତିପତ୍ନୀ ଓ ତାଙ୍କ ୪ ଛୁଆ ଥିଲେ। ଘଟଣା ଦିନ ମୋବାଇଲ ଚାର୍ଜିଂରେ ବସଥିବା ବେଳେ ହଠାତ୍‌ ସର୍ଟ ସର୍କିଟ ହୋଇ ସେଥିରୁ ନିଆଁ ବାହାରିଥିଲା। ଏହାପରେ ନିଆଁ ବେଡ ଉପରେ ପଡ଼ିଥିବା ଗଦି ଜଳି ଉଠିଥିଲା। ଏହାପରେ ଘରର ଅନ୍ୟ ଆସବାବପତ୍ର ବି ଜଳିବାକୁ ଲାଗିଲା। ଏହାଦେଖି ପତିପତ୍ନୀ ନିଜ ଛୁଆଙ୍କୁ ଧରି ଘରୁ ବାହାରିବାକୁ ଚେଷ୍ଟା କରିଥିବା ବେଳେ ସମ୍ଭବ ହୋଇ ପାରି ନ ଥିଲା। ଫଳରେ ପରିବାରର ସମସ୍ତେ ନିଆଁରେ ଜଳିଯାଇଥିଲେ।

ବିଦ୍ୟୁତ୍‌ ସର୍ଟ ସର୍କିଟ ଯୋଗୁ ଚାଲିଗଲା ୪ ଜୀବନ