ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହିତ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସୌଜନ୍ୟମୂଳକ ସାକ୍ଷାତ...

Mar 30, 2026 - 08:54
 3
ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହିତ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସୌଜନ୍ୟମୂଳକ ସାକ୍ଷାତ...

ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହିତ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସୌଜନ୍ୟମୂଳକ ସାକ୍ଷାତ...

ରାଷ୍ଟ୍ରପତି ଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ଓଡ଼ିଶାର ବିକାଶ ସମ୍ପର୍କରେ ଆଲୋଚନା କଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ । 

ଓଡ଼ିଶାର ବରପୁତ୍ର ଉତ୍କଳ ଗୌରବ ସ୍ୱର୍ଗତ ମଧୁସୂଦନ ଦାସ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଶା ପ୍ରଦେଶ ଗଠନ, ଓଡ଼ିଆ ଅସ୍ମିତାର ସୁରକ୍ଷା, ଓଡ଼ିଶାର କଳା, ସାହିତ୍ୟ, ଶିଳ୍ପ ଓ ସଂସ୍କୃତିର ସଂରକ୍ଷଣ, ସମ୍ବର୍ଦ୍ଧନ, ପ୍ରଚାର-ପ୍ରସାର, ସ୍ୱାଧୀନତା ଆନ୍ଦୋଳନ ଓ ଦୁର୍ଗତ ମାନବର ସେବା ଆଦି ବହୁବିଧ କ୍ଷେତ୍ରରେ ଅସାଧାରଣ ଯୋଗଦାନ ବିଷୟରେ ଆଲୋଚନା ହୋଇଥିଲା |

ସେଥିପାଇଁ ଏହି ଦୁଇଜଣଙ୍କ ମଧ୍ୟରୁ କୌଣସି ଜଣଙ୍କୁ ‘ଭାରତ ରତ୍ନ’ ଉପାଧି ପ୍ରଦାନ ପାଇଁ ବିଚାର ବିମର୍ଷ କରାଯାଇଥିଲା । 

ଏହି ବିଷୟରେ ବିଚାର କରି ଉଚିତ ପଦକ୍ଷେପ ନେବାକୁ ମାନ୍ୟବର ରାଷ୍ଟ୍ରପତି ମହୋଦୟା ପ୍ରତିଶ୍ରୁତି ରଖିଥିଲେ |