ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ଯକ୍ଷତାରେ ଗତ ବୁଧବାର ଦିନ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା ।
ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ଯକ୍ଷତାରେ ଗତ ବୁଧବାର ଦିନ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ ଓଡ଼ିଶାର ସ୍ବନାମଧନ୍ୟ ସୁସନ୍ଧାନ ତଥା ଯମଜ ଭ୍ରାତା ପ୍ରଫେସର କିଶୋର ବସା, ପୂର୍ବତନ ଅଧ୍ଯକ୍ଷ, ନ୍ୟାସନାଲ୍ ମନୁମେଣ୍ଟ ଅଥରିଟି ଓ ଇଞ୍ଜିନିୟର ଅଶୋକ ବସା, ଚେୟାର, ସ୍ଟ ଟେଜିକ୍ ପ୍ଲାନିଙ୍ଗ କମିଟି, ୱାର୍ଲ୍ସ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଅର୍ଗାନାଇଜେସନ୍ସ ଉପସ୍ଥିତ ଥିଲେ । ୧୮ ନଭେମ୍ବର ୨୦୨୫ ରେ ସେମାନେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ଠାରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ମୁଖରେ ଓଡ଼ିଶା ସମ୍ବନ୍ଧୀୟ ନିଜ ନିଜ କ୍ଷେତ୍ର ସମ୍ବନ୍ଧୀୟ ବିସ୍ତୃତ ପ୍ରସ୍ତାବ ପ୍ରଦାନ କରିଥିଲେ
ସେହି ପରିପ୍ରେକ୍ଷୀରେ ଏହି ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା ।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, କମିଶନର ତଥା ଶାସନ ସଚିବ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଶ୍ରୀ ଗିରୀଶ ଏସ୍.ଏନ୍, କମିଶନର ତଥା ଶାସନ ସଚିବ ପର୍ଯ୍ୟଟନ ବିଭାଗ ଶ୍ରୀ ବଳବନ୍ଧୁ ସିଂହ, କମିଶନର ତଥା ଶାସନ ସଚିବ ଏସ୍.ଟି. ଓ ଏସ୍.ସି. ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଶ୍ରୀ ବି. ପରମେଶ୍ବରନ୍, କମିଶନର ତଥା ଶାସନ ସଚିବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଏହି ବୈଠକରେ ଉପସ୍ଥିତ ଥିଲେ ।
ପ୍ରଫେସର କିଶୋର ବସା ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରେରିତ ତାଙ୍କ ପତ୍ରରେ ଉଲ୍ଲେଖୂତ ପ୍ରସ୍ତାବଗୁଡ଼ିକୁ ବିସ୍ତୃତ ଭାବରେ ପ୍ରସ୍ତୁତ କରିଥିଲେ ଯାହା ମୟୂରଭଞ୍ଜ ଜିଲ୍ଲାର ସାମାଜିକ, ସାଂସ୍କୃତିକ ଓ ଶିକ୍ଷାଗତ ବିକାଶ ଉପରେ କେନ୍ଦ୍ରିତ ଥିଲା । ସେ ରାଇରାଙ୍ଗପୁରଠାରେ ଏକ ଜାତୀୟ ଜନଜାତି ବିକାଶ ସଂସ୍ଥାନ ସ୍ଥାପନ ପାଇଁ ପ୍ରସ୍ତାବ ରଖୁଥିଲେ, ଯାହା ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଜନଜାତି ପ୍ରଧାନ ଅଞ୍ଚଳ ସମୀପରେ ଥିବାରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସଂସ୍ଥାନ ଭାବେ ଉଭା ହେବା ସମ୍ଭାବନା ରହିଛି । ଏହା ସହିତ, ସେ ମୟୁରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଏକ ନ୍ୟାସନାଲ୍ ସେଣ୍ଟର୍ ଫର୍ ଝୁମର ସ୍ଥାପନା ପାଇଁ ସେ ପ୍ରସ୍ତାବ ରଖୁଥିଲେ । ତାହା ସହ ଖୂଚିଙ୍ଗ ସ୍ଥିତ ପ୍ରନୂତତ୍ତ୍ବ ସଂଗ୍ରହାଳୟକୁ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ବିଭାଗ (ଏ.ଏସ.ଆଇ.) ଅଧୀନକୁ ଆଣିବା ପାଇଁ ମଧ୍ୟ ସେ ଅନୁରୋଧ କରିଥିଲେ, ଯାହା ମାଧ୍ୟମରେ ଉତ୍ତମ ସଂରକ୍ଷଣ, ପ୍ରଦର୍ଶନୀକରଣ ଓ ପ୍ରଚାର ସମ୍ଭବ ହେବ । ବର୍ତ୍ତମାନ ଏହି ସଂଗ୍ରହାଳୟଟି ଓଡିଶା ସରକାରଙ୍କ ଅଧୀନରେ ରହିଛି । ପ୍ରଫେସର ବସା ଆଦିବାସୀ ସଶକ୍ତିକରଣ, ଐତିହ୍ୟ ସଂରକ୍ଷଣ ଏବଂ ଆଞ୍ଚଳିକ ବିକାଶକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପଗୁଡ଼ିକର ସମ୍ଭାବନା ଉପରେ ଆଲୋକପାତ କରିଥିଲେ ।
ଇଞ୍ଜିନିୟର ଅଶୋକ ବସା ଓଡ଼ିଶାରେ ଜଳସମ୍ପଦ ପ୍ରବନ୍ଧନରେ ଯଥୋଚିତ ଶାସନ ବ୍ୟବସ୍ଥା ସ୍ଥାପନାର
ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଭାରତ ବର୍ତ୍ତମାନ ଗଭୀର ଜଳ ସଂକଟ ମଧ୍ୟରେ ଗତି କରୁଛି ଏବଂ ୨୦୫୦ ସୁଦ୍ଧା ଏହା ଦେଶର ଜି.ଡ଼ି.ପି. ରେ ୬% ଅବନତି ଘଟାଇପାରେ । ଏହି ପରିପ୍ରେକ୍ଷୀରେ, ସେ ଓଡ଼ିଶାରେ ଜଳ ସମ୍ପଦ ପରିଚାଳନା ଏବଂ ଜଳନୀତିର ପୁନର୍ଗଠନ ପାଇଁ ଏକ ରାଜ୍ୟ ଜଳ ପରିଚାଳନା ପ୍ରାକରଣ ଗଠନ କରାଯିବା ପାଇଁ ପ୍ରସ୍ତାବ ରଖୁଥୁଲେ, ଯାହା ବିଭିନ୍ନ ବିଭାଗର ଆବଶ୍ୟକତା ପୂରଣ-ଯୋଗାଣ ସମନ୍ବୟ ପାଇଁ ଏକ ନୋଡାଲ୍ ସଂସ୍ଥା ଭାବରେ କାମ କରିବ । ସେ ଆହୁରି ମଧ୍ୟ କହିଥିଲେ ଯେ, ଗୋଟିଏ ପଟେ ମୋଟ ଚାହିଦା ଏବଂ ଅନ୍ୟ ପଟେ ଯୋଗାଣ କିମ୍ବା ଉତ୍ସଗୁଡ଼ିକୁ ଗଣନା କରି ଜଳ ପାଇଁ ଏକ ଜିଲ୍ଲାୱାରୀ ଚାହିଦା ଏବଂ ଯୋଗାଣ ବାଲାନ୍ସ ସିଟ୍ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ସେ ଗୁରୁତ୍ବାରୋପ କରିଥିଲେ ଯେ ରାଜ୍ୟର ଜଳ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସମୟୋଚିତ ଏବଂ ସାମୂହିକ ପଦକ୍ଷେପ ଗୁରୁତ୍ବପୂର୍ଣ୍ଣ ଏବଂ ଓଡ଼ିଶା ଜାତୀୟ ସ୍ମରୀୟ ଜଳ ଶାସନ ସଂସ୍କାର ପାଇଁ ଏକ ମଡେଲ ରାଜ୍ୟ ଭାବରେ କାର୍ଯ୍ୟ କରିପାରିବ ଏବଂ ୨୦୩୬ ସୁଦ୍ଧା ଓଡ଼ିଶାକୁ "ଜଳ ଉଦବୃତ୍ତ ରାଜ୍ୟ"ରେ ପରିଣତ ହେବାର ଦୀର୍ଘକାଳୀନ ଦୃଷ୍ଟିକୋଣ ହାସଲ କରିପାରିବ ।