ରାଜସ୍ବ ପର୍ଷଦ ଅନ୍ତର୍ଗତ ସମସ୍ତ ରିଭିଜନାଲ କୋର୍ଟ ଗୁଡିକର କାର୍ଯ୍ୟ ସମ୍ପାଦନ ସମୀକ୍ଷା...

Apr 25, 2026 - 07:35
 4
ରାଜସ୍ବ ପର୍ଷଦ ଅନ୍ତର୍ଗତ ସମସ୍ତ ରିଭିଜନାଲ କୋର୍ଟ ଗୁଡିକର କାର୍ଯ୍ୟ ସମ୍ପାଦନ ସମୀକ୍ଷା...

ରାଜସ୍ବ ପର୍ଷଦ ଅନ୍ତର୍ଗତ ସମସ୍ତ ରିଭିଜନାଲ କୋର୍ଟ ଗୁଡିକର କାର୍ଯ୍ୟ ସମ୍ପାଦନ ସମୀକ୍ଷା...

୭୬,୦୦୦ ବିଚାରାଧୀନ ମାମଲାର ତ୍ବରିତ ଶୁଣାଣି ଉପରେ ନିର୍ଦ୍ଦେଶ।

ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମହାପ୍ରଭୁ ଲିଙ୍ଗରାଜଙ୍କ କମିଜମା ସମସ୍ୟାର ଶୁଣାଣୀ ଉପରେ ପ୍ରାଥମିକତା ।

ସମସ୍ତ ରିଭିଜନାଲ୍ କୋର୍ଟ ଗୁଡିକର କାର୍ଯ୍ୟ ସମ୍ପାଦନ ସମୀକ୍ଷା କଲେ ସଦସ୍ୟ, ରାଜସ୍ବ ପର୍ଷଦ ।

ଅତିକମ୍‌ରେ ନିୟମିତ ସପ୍ତାହକୁ ୩ ଦିନ କୋର୍ଟ କରିବାକୁ ସମସ୍ତ ରିଭିଜନାଲ୍ କୋର୍ଟର ପ୍ରିଜାଇଡିଂ ଅଫସରଙ୍କୁ କଡା ନିର୍ଦ୍ଦେଶ ।

ସରକାରୀ ଜମି ଏବଂ ଦେବୋତ୍ତର ଜମି ଗୁଡିକର ସୁରକ୍ଷା ନିମନ୍ତେ ସର୍ବାଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ।

ରାଜସ୍ଵ ପର୍ଷଦର ସଦସ୍ୟ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ୪୧ ଗୋଟି ରିଭିଜନାଲ୍ କୋର୍ଟର କାର୍ଯ୍ୟ ସମ୍ପାଦନ ପ୍ରକ୍ରିୟାକୁ ତ୍ୱରାନିତ୍ଵ କରିବା ନିମନ୍ତେ ଏକ ସମୀକ୍ଷା ବୈଠକ ସମସ୍ତ ପ୍ରିଜାଇଡିଂ ଅଫିସରମାନଙ୍କ ସହ ଅନୁଷ୍ଠିତ ହୋଇଛି । 

ଏହି ସମୀକ୍ଷା ବୈଠକରେ କଟକ ଓ ଭୁବନେଶ୍ଵରରେ ଥିବା କୋର୍ଟ ଗୁଡିକର ପ୍ରିଜାଇଡିଂ ଅଫିସରମାନେ ଯୋଗ ଦେଇଥିଲେ ଏବଂ ରାଜସ୍ୱ ବିଭାଗ ତରଫରୁ ଅତିରିକ୍ତ ସଚିବ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ଓ ଲିଙ୍ଗରାଜ ମହାପ୍ରଭୁ ପ୍ରଶାସନର ରାଜସ୍ଵ ଅଧିକାରୀ, ରାଜସ୍ୱ ଆୟୁକ୍ତ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଅତିରିକ୍ତ କମିଶନରମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ସାଧାରଣ ଜନତାଙ୍କୁ ଜମିଜମା ସମ୍ବନ୍ଧୀୟ କେସ୍ ଗୁଡିକରେ ତ୍ବରାନ୍ବିତ ନ୍ୟାୟ ପ୍ରଦାନ ପାଇଁ ଶ୍ରୀ ସାହୁ ଗୁରୁତ୍ୱାରୋପ କରିବା ସହ କୋର୍ଟ ଗୁଡିକର ସୁପରିଚାଳନାର ସୁବିସ୍ତୃତ ସମୀକ୍ଷା କରିଛନ୍ତି। 

ଉପବିଭାଗ ତଥା ତହସିଲ, ବନ୍ଦୋବସ୍ତ ଇତ୍ୟାଦି କାର୍ଯ୍ୟାଳୟମାନଙ୍କୁ ମଗାଯାଉଥିବା ପାରାଓ୍ବାଇଜ୍ ରିପୋର୍ଟ/ନିମ୍ନ ଅଦାଲତ କାଗଜାତ୍ ଗୁଡିକୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଭାବେ ଯଥାଶୀଘ୍ର ରିଭିଜନ୍ କୋର୍ଟ ଗୁଡିକରେ ଉପସ୍ଥାପନା କରିବାପାଇଁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଅତିକମ୍‌ରେ ସପ୍ତାହରେ ୩ ଦିନ ରିଭିଜନ୍ କୋର୍ଟ କରିବା ପାଇଁ ସମସ୍ତ ପ୍ରିଜାଇଡିଂ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

ରିଭିଜନ୍ କୋର୍ଟର ପ୍ରିଜାଇଡିଂ ଅଫିସରମାନଙ୍କୁ ତାଙ୍କ କୋର୍ଟରେ ପଡିରହିଥିବା କେସ୍ ଗୁଡିକୁ ନ୍ୟାୟିକ ଭିତ୍ତିରେ ଶୀଘ୍ର ଫଇସଲା କରିବାପାଇଁ ରାଜସ୍ୱ ପର୍ଷଦ ନିର୍ଦ୍ଦେଶ ଦେଇଛନ୍ତି । ମାନ୍ୟବର ଉଚ୍ଚନ୍ୟାୟଳୟଙ୍କର ବିଭିନ୍ନ ସମୟରେ ଆସୁଥିବା ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହିତ ଦୂରଦୂରାନ୍ତରୁ ଆସୁଥିବା ସାଧାରଣ ଜନତା କିପରି ଉପକୃତ ହୋଇପାରିବେ, ସେଥିପାଇଁ ରିଭିଜନ୍ କୋର୍ଟରେ ସଂସ୍ଥାପିତ ପ୍ରଯୁକ୍ତିବିଦ୍ୟା ଯଥା ସିସିଏମ୍ଏସ୍ ୨.୦ ର ସଦୁପଯୋଗ କରି ପ୍ରତ୍ୟହ କୋର୍ଟରେ ହେଉଥିବା କଜ୍‌ ଲିଷ୍ଟ, ମଧ୍ଯକାଳୀନ ଅର୍ଡର, ଫାଇନାଲ୍ ଅର୍ଡର ଇତ୍ୟାଦିକୁ ଅପଡେଟ୍ କରିବାପାଇଁ ଶ୍ରୀ ସାହୁ ଗୁରୁତ୍ୱାରୋପ କରିଛନ୍ତି । 

କୌଣସି କେସ୍‌ରେ ସର୍ବାଧୂକ ୩ ଥରରୁ ଅଧିକା ଅର୍ଜିଦାତା ଅନୁପସ୍ଥିତ ରହିଲେ କେସ୍‌ଟି ଖାରଜ କରିବାକୁ ନିଷ୍ପତ୍ତି ନିଆଯାଇଛି । ନିକଟ ଅତୀତରେ ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଓ ଏସ୍.ଓ.ପି ଅନୁଯାୟୀ ରିଭିଜନ୍ କୋର୍ଟମାନଙ୍କରେ ପଡିରହିଥିବା ପୁରାତନ କବଲା ସମ୍ବନ୍ଧୀୟ କେସ୍ ଗୁଡିକୁ ତ୍ବରିତ ଫଇସଲା ନିମନ୍ତେ ସମ୍ପୃକ୍ତ ତହସିଲ କାର୍ଯ୍ୟାଳୟକୁ ଶୀଘ୍ର ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସରକାରୀ ଲିଜ୍ ଜମି, ଜଙ୍ଗଲ କିସମ ଜମି, ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଲିଙ୍ଗରାଜ ମହାପ୍ରଭୁ, ଅନ୍ୟାନ୍ୟ ସର୍ବସାଧାରଣ ଦେବୋତ୍ତର ଜମି ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିଗୁଡିକୁ ସୁରକ୍ଷିତ ରଖିବାକୁ ସଦସ୍ୟ, ରାଜସ୍ୱ ପର୍ଷଦ ସମସ୍ତ କୋର୍ଟର ପ୍ରିଜାଇଡିଂ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

ସାଧାରଣ ଜନତାଙ୍କୁ କିପରି ନ୍ୟାୟ ମିଳିବ, ଜମି ଦୁର୍ନୀତିକୁ କିପରି ରୋକାଯାଇପାରିବ ଏବଂ ସରକାରୀ ଜମିର ସୁରକ୍ଷା ନିମନ୍ତେ କଡାକଡି ଆଦେଶ ଦିଆଯାଇଛି