ରାଜ୍ୟର ରାଜସ୍ବ ବୃଦ୍ଧି ଦିଗରେ ଅବକାରୀ ବିଭାଗର ଜୋରଦାର ପ୍ରୟାସ!...

Sep 20, 2025 - 16:19
 9
ରାଜ୍ୟର ରାଜସ୍ବ ବୃଦ୍ଧି ଦିଗରେ ଅବକାରୀ ବିଭାଗର ଜୋରଦାର ପ୍ରୟାସ!...

ରାଜ୍ୟରେ ମୃତ୍ୟହାର ବୃଦ୍ଧି ଦିଗରେ ସରକାରଙ୍କ ଚେଷ୍ଟାରେ ଖୋଲିବ ବନ୍ଦ ଥିବା ମଦ ଦୋକାନ | 

ବନ୍ଦ ଥିବା ୭୦ଟି ମଦ ଦୋକାନ ପୁଣି ଖୋଲିବାକୁ ଅବକାରୀ ବିଭାଗ ତରଫରୁ ଅନୁମତି ଦିଆଯାଇଛି । 

ଏହାସହିତ ୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବା ପାଇଁ ବିଭାଗ ପାଖରେ ପ୍ରସ୍ତାବ ରହିଛି ।

ବାଲେଶ୍ୱରରେ ସର୍ବାଧିକ ୧୭ ଟି, ଗଞ୍ଜାମ ରେ ୧୦ ଟି, ନୟାଗଡ ରେ ୯ ଟି, ମୟୁରଭଞ୍ଜ ରେ ୮ ଟି, କଟକରେ ୭ ଟି, ରାଉଲକେଲାରେ ୫ ଟି, କେଉଁଝରରେ ୩ ଟି, ବ୍ରହ୍ମପୁରରେ ୪ ଟି, ବଲାଙ୍ଗୀରରେ ୨ଟି, କନ୍ଧମାଳ ରେ ୩ ଟି ଏବଂ ମାଲକାନଗିରି, ସମ୍ବଲପୁର ରେ ଗୋଟିଏ ଲେଖାଏଁ ବନ୍ଦ ଥିବା ମଦ ଦୋକାନ ଖୋଲିବେ ରାଜ୍ୟ ସରକାର ।

ସେହିପରି ପୁରୀରେ ୩ ଟି ଓ ଭୁବନେଶ୍ୱର ରେ ୧ଟି ନୂଆ ଠିପି ଖୋଲା ମଦ ଦୋକାନ  ଖୋଲିବା ପାଇଁ ବିଭାଗ ପାଖରେ ପ୍ରସ୍ତାବ ରହିଛି । 

ଢେଙ୍କାନାଳରେ ୨ ଟି ଏବଂ କଟକରେ ଗୋଟିଏ ମଦ କାରଖାନା ଖୋଲିବା ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ଅଛି । 

ଯାହା ବିଧାନସଭାର ପ୍ରଶ୍ନୋତ୍ତର କାଳରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଥିଲେ ।