ଲୋକଭବନରେ ସାଧାରଣତନ୍ତ୍ର ଦିବସ ପାଳିତ
ଲୋକଭବନରେ ସାଧାରଣତନ୍ତ୍ର ଦିବସ ପାଳିତ
ଭୁବନେଶ୍ୱର, ତା ୨୭/୦୧/୨୦୨୬ ଲୋକଭବନରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ତା୨୬.୦୧.୨୦୨୬ ରିଖ ସକାଳେ ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆରକ୍ଷୀ ବାହିନୀ ପକ୍ଷରୁ ରାଷ୍ଟ୍ରୀୟ ସଲାମି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲୋକଭବନର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ।