ଶୁଭ ଅମୃତବେଳା ଯୋଗ...
ମୁଁ ଆତ୍ମା, ପରମାନନ୍ଦର ଝୁଲଣାରେ ଝୁଲୁଥିବା ସତ୍ୟ-ସତ୍ୟ ପରମାତ୍ମ ପ୍ରେମୀ ଆତ୍ମା ଅଟେ...। ମୁଁ ଆତ୍ମା, ପରମଧାମର ବିନ୍ଦୁରୂପ ସ୍ଥିତିରେ ମନ ଏବଂ ବୁଦ୍ଧି ଉଭୟଙ୍କୁ ଏକାଗ୍ର କରି ଶିବବାବାଙ୍କ ଗହନ ସ୍ମୃତିରେ ବସିଛି।
ବାବା କହିଛନ୍ତି— ଯେଉଁମାନେ ବାପସମାନ ହେବାବାଲା ସନ୍ତାନ, ସେମାନେ ସଦା ନିଜର ଶାନ୍ତ ସ୍ୱଧର୍ମରେ ସ୍ଥିତ ରହିବେ, ମୌନରେ ରହିବେ, ବ୍ୟର୍ଥରୁ ମୁକ୍ତ ହେବେ, ବେହଦର ବୈରାଗୀ ହେବେ ଏବଂ ସଦା ଜଗତ-କଲ୍ୟାଣର ସେବାରେ ବ୍ୟସ୍ତ ରହିବେ।
ଅମୃତବେଳାର ପୁଣ୍ୟ ମୁହୂର୍ତ୍ତଗୁଡ଼ିକରେ ମୁଁ ଆତ୍ମା ନିଜକୁ ଶିବବାବାଙ୍କ ସମାନ ତେଜସ୍ୱୀ ସ୍ୱରୂପରେ ଅନୁଭବ କରୁଛି। ନିଜ ପ୍ରଭାମଣ୍ଡଳର ଦିବ୍ୟ ଏବଂ ବିଶାଳ ରୂପ ଅନୁଭବ କରୁଛି।
ପରମଧାମରେ ଜ୍ୟୋତି-ବିନ୍ଦୁ ଶିବବାବାଙ୍କ ସମ୍ମୁଖରେ ନିଜକୁ 'ମାଷ୍ଟର ପବିତ୍ରତାର ସାଗର' ଅନୁଭବ କରୁଛି। ନିଜର ଅନାଦି, ସମ୍ପୂର୍ଣ୍ଣ ପବିତ୍ର ସ୍ୱରୂପର ସ୍ମୃତିରେ ସ୍ଥିତ ହୋଇଯାଇଛି।
ମୋର କୌଣସି ବି ହିସାବ-କିତାବ ବାକି ନାହିଁ, କୌଣସି କର୍ମଭୋଗ ନାହିଁ। ଏହିସବୁ ସୀମିତ (ହଦ୍)ର କଥାରୁ 'ଅବିଦ୍ୟା' (ଅଜ୍ଞାତ) ସ୍ୱରୂପ ହୋଇ ଶିବବାବାଙ୍କ ସହ ମିଳନ ମନାଉଛି... ????। ପରମଧାମରେ ବିନ୍ଦୁରୂପ ଶିବ ପରମାତ୍ମା ପିତାଙ୍କ ସାଙ୍ଗର, ସମାନତାର ଏବଂ ସମୀପତାର ଅନୁଭବ କରୁଛି। ମୁଁ ଆତ୍ମାକୁ ଏକ ଶକ୍ତିଶାଳୀ କରେଣ୍ଟ୍ର ଅନୁଭୂତି ହେଉଛି।
ନିଜକୁ ସମ୍ପୂର୍ଣ୍ଣ ବାପସମାନ ପବିତ୍ର ଅନୁଭବ କରିବା ପରେ, ଆମକୁ କେବଳ ତାଙ୍କର ଅତି ସମୀପ ସାନ୍ନିଧ୍ୟର ଅନୁଭବ କରିବାକୁ ହେବ ଏବଂ ଅତୀନ୍ଦ୍ରିୟ ସୁଖ ଦେଉଥିବା ଅନୁଭୂତିରେ ମଗ୍ନ ଏବଂ ଏକାଗ୍ରଚିତ୍ତ ହୋଇଯିବାକୁ ପଡ଼ିବ।
ଏପରି ଶକ୍ତିଶାଳୀ ସ୍ମୃତି ବିଲକୁଲ ଅଗ୍ନି ସଦୃଶ କାର୍ଯ୍ୟ କରେ। ତେଣୁ ଏହିପରି ସ୍ମୃତିକୁ *'ଜ୍ୱାଲାସ୍ୱରୂପ ୟାଦ୍'* କିମ୍ବା *'ଯୋଗ ଅଗ୍ନି'* କୁହାଯାଏ, ଯାହାଦ୍ୱାରା ଆମର ସମସ୍ତ ବିକର୍ମ (ପାପ) ବିନାଶ ହୋଇଯାଏ, ପୁରୁଣା ସ୍ୱଭାବ-ସଂସ୍କାର ପରିବର୍ତ୍ତିତ ହୋଇଯାଏ, ଲୌକିକତା ସମାପ୍ତ ହୋଇଯାଏ ଏବଂ ଏପରି ଯୋଗୀ ଆତ୍ମାର ଘର ହିଁ ମନ୍ଦିର ପାଲଟିବ |