ସାହିତ୍ୟ, ପ୍ରକୃତି ଓ ସଂସ୍କୃତି ର ଅପୂର୍ବ ମିଳନ...

Nov 25, 2025 - 13:37
 8
ସାହିତ୍ୟ, ପ୍ରକୃତି ଓ ସଂସ୍କୃତି ର ଅପୂର୍ବ ମିଳନ...

ଭାଗ୍ୟଲିପି ମଲ୍ଲଙ୍କ ରଚିତ ଛଅ ଋତୁକୁ ନେଇ ଏକ ସୁନ୍ଦର ପରିକଳ୍ପନା କୁ ସଙ୍ଗୀତର ରୂପ ଦେଇଥିଲେ ଡ଼ଃ ଜୟଶ୍ରୀ ଧଳ ଓ ସାନ୍ତୁନୁ ନାୟକ । 

ଜୟଶ୍ରୀ ଧଳଙ୍କ ତମେ କେବେ ଆସି କେବେ ଫେରିଯାଅ ର ଗୀତରେ ଝୁମିଥିଲେ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଥିବା ଦର୍ଶକବୃନ୍ଦ |

ଭାଗ୍ୟଲିପି ମଲ୍ଲ ଓ ଦେବଦାସ ଛୋଟରାୟଙ୍କ ସଂଯୋଜନା ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ପାରୁଥିଲା । ଏହି ସାଂସ୍କୃତିକ ସନ୍ଧ୍ୟାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଭାଗ୍ୟଲିପି ମଲ୍ଲଙ୍କ ରଚିତ କବିତା ପୁସ୍ତକ ଋତୁ ଓ ରାତି ଉନ୍ମୋଚନ କରିଥିଲେ । 

ବହିକୁଟିକୁ ପକ୍ଷୀଘର ପକ୍ଷରୁ ପ୍ରକାଶିତ କରାଯାଇଥିଲା ।

ଉକ୍ତ ବହିରେ ଥିବା ଏକ ଗୀତ ପାଉଁଜି ର ସିଡି କୁ ମଧ୍ୟ ଉନ୍ମୋଚନ କରାଯାଇଥିଲା । 

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମେୟର ସୁଲୋଚନା ଦାସ, ବିଧାୟକ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ, ସ୍ତମ୍ଭକାର ଦାସ ବେହନୁର, ସୁପ୍ରିମକୋର୍ଟ ର ବରିଷ୍ଠ ଆଇନିଜୀବୀ ଅବନୀ କୁମାର ସାହୁ, ମମତା ସାମନ୍ତରାୟ, ଜ୍ୟୋଷ୍ନାମୟୀ ପରିଡା ଓ ଓଡ଼ିଶାର ପ୍ରତିଷ୍ଠିତ ବ୍ୟକ୍ତତ୍ୱମାନେ ଯୋଗଦେଇ ଥିବାବେଳେ ମଞ୍ଚକୁ ଅଧ୍ୟକ୍ଷତା କରିଥିଲେ ଫନି ମହାନ୍ତି ।

ଏହି ଅବସରରେ ଖଲ୍ଲିକୋଟ ର ସମାଜସେବୀ ପୂର୍ଣଚନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଦିବଙ୍ଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, କବି ଶଙ୍କର ପରିଡା ଓ କବି ରାଜେନ୍ଦ୍ର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । 

ମଞ୍ଚ ସଞ୍ଚାଳନ କରିଥିଲେ ଡ଼. ମୃତ୍ୟୁଞ୍ଜୟ ରଥ ।

ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ନାଟ୍ୟକାର ଶ୍ରୀମତୀ ଦୀପିକା ଦାଶ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା |