୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Jun 15, 2026 - 17:36
 2
୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂରଣ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ଓ ଜନସଭାକୁ ସମ୍ବୋଧିତ କରିବେ

ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କ ଗାଁ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିବେ

ରାଜ୍ୟରେ ଡବଲଇଞ୍ଜନ ସରକାର ଆସିବା ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓଡ଼ିଶା ଉପରେ ଅଧିକ ଗୁରୁତ୍ୱ ଦେଇ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । 

ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଯେଉଁ ପ୍ରୟାସ ଜାରି ରଖଛନ୍ତି, ସେଥିପାଇଁ ସାରା ଓଡ଼ିଶାବାସୀ ତାଙ୍କ ଉପରେ କୃତଜ୍ଞ । 

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କ ୨ ବର୍ଷ ପୂର୍ତି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସନ୍ତା ୨୦ ତାରିଖ ଦିନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମୟୁରଭଞ୍ଜ ଜିଲ୍ଲା ଗ୍ରସ୍ତରେ ଆସୁଛନ୍ତି । 

ଏହି ଅବସରରେ ସେ ପ୍ରଥମେ ମୟୁରଭଞ୍ଜର ପାହାଡ଼ପୁରରେ ହେଲିପ୍ୟାଡରେ ଅବତରଣ କରିବେ । ସେଠାରୁ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କ ଗାଁ ପରିଦର୍ଶନରେ ଯିବେ । 

ଉକ୍ତ ଗ୍ରାମରେ ୧ ଘଂଟାରୁ ଊର୍ଦ୍ଧ୍ୱ ସମୟ ବିତାଇ ମହାମୁହିମ ରାଷ୍ଟ୍ରପତିଙ୍କ ପରିବାର ଓ ଗାଁ ଲୋକଙ୍କ ସହ ଚର୍ଚ୍ଚା ଆଲୋଚନା କରିବେ । 

ଏହାପରେ ସେ ସେଠାରୁ ବାହାରି ଦାଣ୍ଡବୋସରେ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂରଣ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । 

ସେଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରିବା ପରେ ଓଡ଼ିଶାରୁ ପ୍ରତ୍ୟାବର୍ତନ କରିବେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।