ଆଉ ବିଜୁଳି ବୋଝ ସହିବେନି ସରକାର : ସବୁ ସରକାରୀ କୋଠା ହେବ ସୌରଚାଳିତ, ଲାଗିବ ସୋଲାର ପ୍ୟାନେଲ

Aug 31, 2025 - 08:45
 5
ଆଉ ବିଜୁଳି ବୋଝ ସହିବେନି ସରକାର : ସବୁ ସରକାରୀ କୋଠା ହେବ ସୌରଚାଳିତ, ଲାଗିବ ସୋଲାର ପ୍ୟାନେଲ

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆଉ ବିଜୁଳି ବୋଝ ସହିବେନି ସରକାର । ତେଣୁ ସବୁ ସରକାରୀ କୋଠା ହେବ ସୌରଚାଳିତ । ସବୁ କୋଠାରେ ଲାଗିବ ସୋଲାର ପ୍ୟାନେଲ । ଏଥିନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ରେସକୋ ମଡେଲରେ ଏହି ସବୁ କୋଠାକୁ ସୌରଚାଳିତ କରାଯିବ। ଦେଢ଼ ହଜାର ସରକାରୀ କୋଠା ଚିହ୍ନଟ ହୋଇଥିଲାବେଳେ ଓରେଡା ପକ୍ଷରୁ ସର୍ଭେ କରାଯାଉଛି । ସର୍ଭେରେ ସହଯୋଗ ଲାଗି ସବୁ ବିଭାଗକୁ ଚିଠି। 

ସରକାରଙ୍କୁ ବାଧୁଛି ବିଜୁଳି ବୋଝ

ବର୍ଷକୁ ଯାଉଛି ଶହ ଶହ କୋଟି ଟଙ୍କା

ବିଜୁଳି ଜଞ୍ଜାଳରୁ ମୁକ୍ତି ଦେବ ସୌରଶକ୍ତି

ସବୁ ସରକାରୀ କୋଠା ହେବ ସୌରଚାଳିତ

ପ୍ରସ୍ତୁତି ଆରମ୍ଭ କଲା ରାଜ୍ୟ ଶକ୍ତି ବିଭାଗ

ଓରେଡା ପକ୍ଷରୁ କରାଯାଉଛି କୋଠା ସର୍ଭେ

ସର୍ଭେ ଲାଗି ୩ଟି ସଂସ୍ଥାକୁ ମିଳିଛି ଦାୟିତ୍ବ

ଗୁଜୁରାଟ ଏନର୍ଜି ରିସର୍ଚ୍ଚ ଆଣ୍ଡ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍

ଓ୍ପାପକସ୍ ଲିମିଟେଡ୍ ଓ ବତ୍ସ୍ୟ ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍

ସର୍ଭେରେ ସହଯୋଗ ଲାଗି ସବୁ ବିଭାଗକୁ ଚିଠି

ଓରେଡାକୁ ସହଯୋଗ ଲାଗି ଶକ୍ତି ବିଭାଗର ନିର୍ଦ୍ଦେଶ

ରାଜ୍ୟ ସାରା ମୋଟ୍ ୧୫୦୨ ସରକାରୀ କୋଠା ଚିହ୍ନଟ

୩ ସଂସ୍ଥା ପକ୍ଷରୁ ଫିଜିବିଲିଟି ରିପୋର୍ଟ ପରେ କାମ ଆରମ୍ଭ

ରେସକୋ ମଡେଲରେ ସୌରଚାଳିତ ହେବ ସରକାରୀ କୋଠା