ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକ ଅଂଚଳରେ

Feb 13, 2026 - 20:03
 13
ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକ ଅଂଚଳରେ

ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକ ଅଂଚଳରେ

ଜିଲ୍ଲା ଖଣିଜ ପାଣ୍ଠିର ବିନିଯୋଗ ପ୍ରଭାବୀ ଏବଂ ବ୍ୟାପକ କରିବା ସଂପର୍କରେ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ

କ୍ଷତା ବିକାଶ କାର୍ଯ୍ୟକ୍ରମକୁ ଖଣିଜ ଅଂଚଳରେ ରୋ ରାଜଗାର ବୃଦ୍ଧି ଓ ଦକ୍ଷତା ଉନ୍ନୟନ କମିଶନରଙ୍କ ଗୁରୁତ୍ୱ

ଜିଲ୍ଲାପାଳମାନଙ୍କୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ

ଭୁବନେଶ୍ବର, ତା-୧୩/୦୨/୨୦୨୬

ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏଡିପି) ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ (ଏବିପି) ଜାରି ରହିଥ‌ିବା ଅଂଚଳରେ ଆକାଂକ୍ଷୀ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍) କାର୍ଯ୍ୟକ୍ରମର ପ୍ରଭାବୀ ଏବଂ ଉପଯୁକ୍ତ ବିନିଯୋଗ ସଂପର୍କରେ ଆଜି ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଲାକସେବା ଭବନସ୍ଥିତ ଯୋଜନା ଓ ସଂଯୋଜନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କର୍ମଶାଳାରେ ଉନ୍ନୟନ କମିଶନର ଶ୍ରୀ ଶ୍ରୀ ଦେଓ ରଂଜନ କୁମାର ସିଂ, ବିଭାଗର ସ୍ବତନ୍ତ୍ର ଶା ଶାସନ ସଚିବ ଶ୍ରୀ ଟି.ଆଓ ଏବଂ ବିଭାଗର । ବରିଷ୍ଠ ଅଧୂକାରୀମାନେ ଉପସ୍ଥିତ ଥୁବା ବେଳେ ଆକାଂକ୍ଷୀ ଜିଲ୍ଲା ଓ ଆଂକାଂକ୍ଷୀ ବ୍ଲକର ଜିଲ୍ଲାପାଳ ତଥା ବରିଷ୍ଠ ପଦାଧୂକାରୀମାନେ ଅଭାସୀ ମାଧ୍ୟମରେ ଯୋଗ ଦେଇଥିଲେ ।

ଉନ୍ନୟନ କମିଶନର କହିଥିଲେ ଯେ, ଆମ ରାଜ୍ୟର ଆକାଂକ୍ଷୀ ଜିଲ୍ଲା ଭାବେ ଚିହ୍ନଟ ହୋଇଥିବା ବିଭିନ୍ନ ଜିଲ୍ଲା ଓ ସେଥ୍‌ରେ ଚିହ୍ନଟ ହୋଇଥିବା ବ୍ଲକର ଗ୍ରାମବାସୀମାନଙ୍କୁ ମୌଳିକ ସୁବିଧା ଦେବା, ସେଠିକାର ଲୋକମାନଙ୍କର ସାମଗ୍ରିକ ବିକାଶ ଓ ଅର୍ଥନୈତିକ ଅର୍ନ୍ତଭୁକ୍ତିକରଣକୁ ରାଜ୍ୟର ପ୍ରାଥମିକତା ରହିଛି । ସେସବୁ ଅଂଚଳରେ ଲୋକମାନେ କିପରି ରୋଜଗାର କ୍ଷମତା ବଢ଼ିବ ସେ ସଂପର୍କରେ ଉନ୍ନୟନ କମିଶନର ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିଥିଲେ । ସେସବୁ ଅଂଚଳର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଅଂଚଳରେ ଶିକ୍ଷା ଭିତ୍ତିଭୂମିର ବିକାଶ କରିବା, ଦକ୍ଷତାଭିଭିକ ପ୍ରଶିକ୍ଷଣ ପ୍ରଦାନ କରି ଭବିଷ୍ୟତରେ ସେମାନେ ଯେପରି ନିଯୁକ୍ତି ସକ୍ଷମ ହୋଇପାରିବେ, ସେ ସଂପର୍କରେ ସ୍ବତନ୍ତ୍ର ଦୃଷ୍ଟି ଦେବା ସହୁ ଲୋକମାନଙ୍କର ଜୀବନଧାରଣର ମାନରେ କିପରି ଉଲ୍ଲେଖନୀୟ ପରିବର୍ତ୍ତନ ଘଟିବ, ସେଥ‌ିପାଇଁ ଆକାଂକ୍ଷୀ ଜିଲ୍ଲା, ଆକାଂକ୍ଷୀ ବ୍ଲକ ଏବଂ ଆକାଂକ୍ଷୀ ଡିଏସ୍ଏଫ୍

2 ପଦକ୍ଷେପ ରହୁଛି, କାର୍ଯ୍ୟକ୍ରମରେ ରହିଥ‌ିବା ନିୟମ ଓ ମାର୍ଗଦର୍ଶିକା ଅବଲମ୍ବନ ପୂର୍ବକ କାର୍ଯ୍ୟରେ ଅଭିନବତ୍ବ ଆଣି ସ୍ବତନ୍ତ୍ର ନେବାକୁ ସେ ପରାମର୍ଶ ଦେଇଛନ୍ତି । ଏଡିପି ଏବଂ ଏବିପି କାର୍ଯ୍ୟକ୍ରମରେ ରହିଥ‌ିବା ସୂଚକାଙ୍କ ପ୍ରଦର୍ଶନଟେ ଦର୍ଶନରେ ଅଧୂକ ଉନ୍ନତି ଆଣିବା ପାଇଁ ସମୟସୀମା ମଧ୍ୟରେ ବିଭିନ୍ନ ପଦକ୍ଷେପ ନେବା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏଡିପି ଏବଂ ଏବିପି କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନରେ ଯେଉଁ ସବୁ ସୂଚକାଙ୍କରେ ମାନ କମ୍ ରହୁ ତାହାକୁ ପୂରଣ କରିବାରେ ଆକାଂକ୍ଷୀ ଡିଏସ୍ଏଫ୍ କାର୍ଯ୍ୟକ୍ରମ ସହାୟକ ହେବ । ଆବଶ୍ୟକ ସ୍ଥଳେ ରା ସରକାରଙ୍କୁ ଅଧୂକ ସହାୟତା ଓ ପରାମର୍ଶ ପାଇଁ ପ୍ରସ୍ତାବ ଦେବାକୁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ବଜେଟ ପରିସର ବ୍ୟତିରେକ ଉପଲବ୍ଧ ହେଉଥ‌ିବା ପାଣ୍ଠି ଯଥା-ସାମାଜିକ ଦାୟିତ୍ୱବୋଧତା(ସିଏସ୍‌ଆର୍), ଡିଏମଏଫ୍, ଓମ୍ବାଡିସି ଏବଂ ବ୍ୟବସ୍ଥା ଓ ସଂଯୋଜ ଜନ (କନ୍‌ଭରଜେସ୍) ବ୍ୟବସ୍ଥାରେ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟ

ସୂଚନା ଯୋଗ୍ୟ ଯେ, ଭାରତ ସରକାରଙ୍କ ତରଫରୁ ୨୦୧୮ ରୁ ଏଡିପି ଓ ୨୦୨୩ ରୁ ଏବିପି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା,ଯାହାକି ନୀତି ଆୟୋଗ ରାଜ୍ୟ ସରକାରମାନଙ୍କ ସହାୟତାରେ କାର୍ଯ୍ୟକାରୀ ଓ ତଦାରଖ କରୁଛନ୍ତି । ସେହିପରି ୨୦୨୫ ଜୁଲାଇ ମାସରେ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଆକାଂକ୍ଷୀ ଜିଲ୍ଲା ଖଣିଜ ପାଣ୍ଠି (ଡିଏସ୍ଏଫ୍) କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ରାଜ୍ୟରେ ୧୦ ଟି ଜିଲ୍ଲା ଆଂକାକ୍ଷୀ ଜିଲ୍ଲା ଓ ସେସବୁ ଜିଲ୍ଲାର ୪୦ ଟି ବ୍ଲକ ବର୍ତ୍ତମାନ ଆଂକାକ୍ଷୀ ବ୍ଲକ ଭାବରେ ନୀତି ଆୟୋଗ ଦ୍ବାରା ଚିହ୍ନିତ ହୋଇଛି । ପୂର୍ବରୁ ରାଜ୍ୟର ୨୯ ଟି ବ୍ଲକ ଆକାଂକ୍ଷୀ ବ୍ଲକ ଭାବେ ଚିହ୍ନଟ ହୋଇଥ‌ିବା ବେଳେ ଏବେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୧୧ଟି ବ୍ଲକକୁ ଏହି କାର୍ଯ୍ୟକ୍ରମରେ ଅନୁର୍ଭୁକ୍ତ କରାଯାଇଛି । ଯେଉଁଠାରେ ଖଣିଜ ସଂପଦ ଉତ୍ତୋଳନ ଆଦି ଯୋଗୁଁ ଲୋକେ ପ୍ରଭାବିତ ହେଉଛନ୍ତି, ସେ ସବୁ ଅଂଚଳରେ ମାର୍ଗଦର୍ଶିକା ଅନୁସାରେ ୫ କି.ମି. ପର୍ଯ୍ୟନ୍ତ ଅଂଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପୋଷଣ, କୃଷି, ଜଳସେଚନ, ପାନୀୟ ଜଳ, ଅତ୍ୟାବଶ୍ୟକ ଭିତ୍ତିଭୂମି, ଦକ୍ଷତା ବିକାଶ ଓ ଜୀବିକାନିର୍ବାହ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବାକୁ ବୈଠକରେ ଗୁରୁତ୍ବ ଦିଆଯାଇ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଛି ।