ଢେଙ୍କାନାଳ ଜିଲ୍ଲା ଉନ୍ନୟନ କାର୍ଯ୍ୟ ସମୀକ୍ଷା...
ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାର ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର, ମାନ୍ୟବର ସାଂସଦ ଶ୍ରୀ ଯୁକ୍ତ ରୁଦ୍ର ନାରାୟଣ ପାଣି, ପରଜଙ୍ଗର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶତୃଘ୍ନ ଜେନା, ହିନ୍ଦୋଳର ମାନ୍ୟବର ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ ଯୋଗଦେଇ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।
ରାସ୍ତା ଓ ପୂର୍ତ୍ତ ବିଭାଗ ଦ୍ବାରା କରାଯାଉ ଥିବା ନୂତନ ରାସ୍ତା ନିର୍ମାଣ ଓ ମରାମତି, କାଲୁରିଆଠାରେ ମହିମା ସେତୁ ନିର୍ମାଣ, କୋରିଆଁ ଜଙ୍କସନ , ବିଭିନ୍ନ ଅଫିସ ଗୃହନିର୍ମାଣ, ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ, ସହର ମଧ୍ଯରେ ହେବାକୁ ଥିବା ରାସ୍ତା ଉନ୍ନତିକରଣ କାର୍ଯ୍ୟ, ନୂତନ କୋର୍ଟ ବିଲିଂ କାର୍ଯ୍ୟ ସଂପର୍କରେ ଅବଗତ ହୋଇଥିଲେ। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ଦେଉଥିବା ସଡ଼କ ନିର୍ମାଣ, ବ୍ରିଜ ଓ କୋର୍ଟ ବିଲିଂ ନିର୍ମାଣ, ସ୍ବାସ୍ଥ୍ୟକେନ୍ଦ୍ର ଓ ରେଭେନ୍ୟୁ ଅଫିସ ଗୃହ ନିର୍ମାଣ କାର୍ଯ୍ୟ, ଗ୍ରାମ୍ୟ ଜଳ ଯୋଗାଣ ପକ୍ଷରୁ ଗ୍ରାମାଞ୍ଚଳରେ କରାଯାଉ ଥିବା ମେଗା ପାଇପ ୱାଟର ସପ୍ଲାୟ କାର୍ଯ୍ୟର ସମୀକ୍ଷା ହୋଇଥିଲା। ବୈଠକରେ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗରେ ଖାଲିପଡ଼ିଥିବା ପଦବୀ ସଂପର୍କରେ ଆଲୋଚନା ହୋଇଥିଲା । କୃଷି କାର୍ଯ୍ୟ ନିମନ୍ତେ ସାର ଯୋଗାଣ, ଗ୍ରାମାଞ୍ଚଳରେ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରକଳ୍ପ, ହାତୀ ଆକ୍ରମଣରୁ ରକ୍ଷା ଓ ଫସଲ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ ସଂପର୍କରେ ସଂପୂକୁ ବିଭାଗୀୟ ଅଧୂକାରୀ ମାନେ ବୈଠକରେ ଅବଗତ କରାଇଥିଲେ । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ବର ପାଟିଲ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଲଳିତ ମୋହନ ବେହେରା, ବନଖଣ୍ଡ ଅଧୂକାରୀ ଶ୍ରୀ ସୁମିତ କୁମାର କର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧୂକାରୀ ଶ୍ରୀ ଦିପ୍ତି ରଂଜନ ସେଠୀଙ୍କ ସମେତ ସମସ୍ତ ଉପସ୍ଥିତ ଥୂଲେ