ପିତାମାତାଙ୍କ ସହ ଏକାଠି ରହିବାକୁ ବାଧ୍ୟ ନୁହେଁ ଝିଅ -ଆହ୍ଲାବାଦ ହାଇକୋର୍ଟ...

Oct 8, 2026 - 21:21
 2
ପିତାମାତାଙ୍କ ସହ ଏକାଠି ରହିବାକୁ ବାଧ୍ୟ ନୁହେଁ ଝିଅ -ଆହ୍ଲାବାଦ ହାଇକୋର୍ଟ...

ଆହ୍ଲାବାଦ ହାଇକୋର୍ଟ...

ପିତାମାତାଙ୍କ ସହ ଏକାଠି ରହିବାକୁ ଆଉ ଝିଅମାନଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ । 

ନିଜର ପ୍ରାପ୍ତବୟସ୍କ ଝିଅଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ସାଙ୍ଗରେ ରହିବାକୁ ବାପା ମାଆ ବାଧ୍ୟ କରିପାରିବେ ନାହିଁ । 

ଏଭଳି ଏକ ବଡ ନିଷ୍ପତ୍ତି ଏବେ ଶୁଣାଇଛନ୍ତି କୋର୍ଟ । ଆହ୍ଲାବାଦ ହାଇକୋର୍ଟ ଏକ ହେବିୟସ୍ କର୍ପସ ଆବେଦନକୁ ଖାରଜ କରି ଏଭଳି ରାୟ ଦେଇଛନ୍ତି ।

ଏକ ଆଦେଶରେ ଜଷ୍ଟିସ ସନ୍ଦିପ ଜୈନ କହିଛନ୍ତି ଯେ, ଜଣେ ସାବାଳକଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ କୌଣସି ଖାସ୍ ବ୍ୟକ୍ତିଙ୍କ ସହ ରହିବାକୁ ଏଥିପାଇଁ ବାଧ୍ୟ କରାଯାଇପାରିବ ନାହିଁ କି ସେମାନେ ତାଙ୍କ ପିତାମାତା । 

ଏହାସହ ପିତାମାତା ତାଙ୍କ ପ୍ରାପ୍ତବୟସ୍କ ଝିଅକୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କ ସହ ରହିବାକୁ ଏଭଳି ଆବେଦନ ଦାଖଲ କରିପାରିବେ ନାହିଁ ବୋଲି କୋର୍ଟ ଶୁଣାଇଦେଇଛନ୍ତି ।

କୋର୍ଟ କହିଥିଲେ ଯେ, ଝିଅ ଯଦି ସାବାଳକ ଏବଂ ସକ୍ଷମ ସେ ନିଜ ପସନ୍ଦର ବ୍ୟକ୍ତିଙ୍କ ସହ ନିଜ ଇଚ୍ଛା ମୁତାବକ ଜାଗାରେ ରହିବାକୁ ସମ୍ପୂର୍ଣ୍ଣ ରୂପେ ସ୍ବାଧୀନ । 

ଏହା କହି କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ ।