ବି-ଟେକ୍ରେ ଫେଲ୍ ହେବାରୁ ଜୀବନ ହାରିଲେ ଛାତ୍ରୀ
ଗୁଜରାଟ : ବି-ଟେକ୍ରେ ଫେଲ୍ ହେବାରୁ ଜୀବନ ହାରିଲେ ଛାତ୍ରୀ। ମୃତା ଛାତ୍ରୀଙ୍କ ବାପା ମୁମ୍ବାଇର ଆସିଷ୍ଟାଣ୍ଟ ଜିଏସଟି କମିଶନର ଥିବା ଜଣାଯାଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ଗୁଜରାଟର ସୁରଟରେ ଘଟିଛି। ମୃତା ଛାତ୍ରଜଣକ ବି. ମନୁଶ୍ରୀ ବୋଲି ଜଣାଯାଇଛି। ମନୁଶ୍ରୀଙ୍କ ପିତା କେ ଭେଙ୍କଟେଶନ ମୁମ୍ବାଇରେ ଆସିଷ୍ଟାଣ୍ଟ ଜିଏସଟି କମିଶନର ଥିବା ବେଳେ ତାଙ୍କ ପରିବାର କିନ୍ତୁ ସୁରଟରେ ବସବାସ କରେ। ପରିବାର ମଧ୍ୟରେ କେ ଭେଙ୍କଟେଶନଙ୍କ ପତ୍ନୀ ଓ ଦୁଇ ଯାଆଁଳା ଝିଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ମନୁଶ୍ରୀ ସୁରଟର ଏକ କଲେଜରେ ବିଟେକ୍ ତୃତୀୟ ବର୍ଷର ଛାତ୍ରୀ ଥିଲେ। ମାତ୍ର ପରୀକ୍ଷାରେ ଫେଲ୍ ହୋଇଥିବାରୁ ସେ ଭାଙ୍ଗି ପଡ଼ିଥିଲେ।ଏହାପରେ ସେ ଜୀବନ ହାରିବାକୁ ନିଷ୍ପତ୍ତି ନେଇ ଏକ ପ୍ଲାଷ୍ଟିକ ବ୍ୟାଗ୍ ମୁହଁରେ ବାନ୍ଧି ଦେଇଥିଲେ। ପରିବାର ଲୋକେ ତାଙ୍କୁ ଅଚେତ ଅବସ୍ଥାରେ ଊଦ୍ଧାର କରି ତୁରନ୍ତ ନିକଟସ୍ଥ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍ ।