ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ଅନେକ ଭୋଜନାଳୟ‌

ନୋଏଡା: ଆଜି ଗ୍ରେଟର ନୋଏଡା ବଜାରରେ ରାସ୍ତାରେ ଥିବା ଭୋଜନଳୟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡ ଗ୍ରେଟର ନୋଏଡାର ବିସ୍ରାଖର ଚାର ମୂର୍ତ୍ତୀ ଛକ୍ ନିକଟରେ ଥିବା ଭୋଜନାଳୟ‌ରେ ଘଟିଥିବା ପୁଲିସ୍‌ ସୂଚନା ଦେଇଛି। ଏହି ଘଟଣାର ପ୍ରଥମିକ ତଦନ୍ତ କରି ପୁଲିସ୍‌ ଅଧିକାରୀ କହିଛନ୍ତି ଯେ ‘‘ପ୍ରଥମେ ସେଠାରେ ଥିବା ଏକ ଢାବାରେ ନିଆଁ ଲାଗିବା ପରେ ସଙ୍ଗେ ‌ସଙ୍ଗେ ତାହା ଅନ୍ୟ ସବୁଆଡ଼େ ବ୍ୟାପି ଯାଇଥିଲା। ଫଳରେ ଅନ୍ୟ ସବୁ ଭୋଜନାଳୟରେ ବି ନିଆଁ ଲାଗି ଯାଇଥିଲା। ତେବେ ନିଆଁ ଲାଗିବାକୁ ପ୍ରକୃତ କାରଣ ଏଯାଏ ଜଣାପଡ଼ିନାହିଁ। ନିଆଁକୁ ଆୟତ୍ତ କରିବା ପାଇଁ ଆଠଟି ଦମକଳ ବାହିନୀକୁ ଘଟଣାସ୍ଥଳକୁ ନିଆଯାଇଥିଲା। ପୁଲିସ କହିଛି ଯେ ନିଆଁକୁ ଆୟତ୍ତ କରାଯାଇଛି। ଏହି ଘଟଣାରେ କେହି ମୃତ କିମ୍ବା ଆହତ ହୋଇନାହାଁନ୍ତି’’ ବୋଲି ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ଅନେକ ଭୋଜନାଳୟ‌