ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତା...

Sep 20, 2026 - 21:17
 3
ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତା...

ଏହା ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ଵରଠାରେ ଆୟୋଜନ କରାଯାଇଥିଲା।  

୫ ଟି ଜୋନ୍ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେଇ କୃତିତ୍ଵ ଅର୍ଜନ କରିଥିବା କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । 

ଏହି କୁଇଜ୍ ପ୍ରତିଯୋଗିତାରେ ଭୁବନେଶ୍ବର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ଅର୍ଥରାଶି ଦେଇ ସମ୍ମାନିତ କରିଥିଲେ। ଏହି କୁଇଜ୍ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିକୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କ।ର ଦେଇ ସମ୍ମାନିତ କରିଥିଲେ । 

ଯେଉଁ ଛାତ୍ରଛାତ୍ରୀ ମାନେ କୃତିତ୍ଵ ଅର୍ଜନ କରି ନାହାଁନ୍ତି ସେମାନେ ନିଜର ପରିଶ୍ରମ ବଜାୟ ରଖନ୍ତୁ କାରଣ ଆଜି ନହେଲେ କାଲି ସେମାନେ ଅନ୍ୟ ଯେକୌଣସି କ୍ଷେତ୍ରରେ ଦିନେ ନିଶ୍ଚୟ ସଫଳତା ହାସଲ କରି ପାରିବେ ଏବଂ ଭବିଷ୍ୟତରେ କିଏ ନେତା ହେବ, କିଏ ମନ୍ତ୍ରୀ ହେବେ ଆଉ କିଏ ଭାରତୀୟ ପ୍ରାଶାସନିକ ଅଧିକାରୀ ହେବେ ।  

ସେମାନେ ଭିନ୍ନକ୍ଷମ ମାନଙ୍କ ବିଷୟରେ ଆଜି ଯାହା ଜାଣିପାରିଛନ୍ତି ତାକୁ ଦିନେ କାମରେ ଲଗାଇପାରିବ, ତେଣୁ ଏହି ପ୍ରତିଯୋଗୀତାକୁ ପ୍ରତିଯୋଗୀତା ହିସାବରେ ନୂହେଁ ଏହାକୁ ଏକ ସଚେତନତା କାର୍ଯ୍ୟକ୍ରମ ଭାବନ୍ତୁ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରନ୍ତୁ । ଯାହା ଦ୍ଵାରା ଭିନ୍ନକ୍ଷମମାନେ ମଧ୍ୟ ସମାଜରେ ସେମାନେ ସମ୍ମାନତାର ସହ ନିଜର ଅଧିକାରକୁ ଉପଲବ୍ଧି କରି ପାରିବେ ବୋଲି କହିଥିଲେ । 

ଶ୍ରୀମତୀ ବ୍ରତତୀ ହରିଚନ୍ଦନ ସମସ୍ତଙ୍କୁ ସ୍ୱାଗତ୍ କରିବା ସହ ଏହି କୁଇଜ୍ ପ୍ରତିଯୋଗିତା ଆୟୋଜନର ଲକ୍ଷ୍ୟ ଭିନ୍ନକ୍ଷମ ମାନଙ୍କ ବିଷୟରେ ସମସ୍ତଙ୍କୁ ସଚେତନତା ସୃଷ୍ଟି କରିବା ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା। ଯାହା ଫଳରେ ଜଣେ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ସମାଜରେ ସମ୍ମାନର ସହ ବଞ୍ଚି ପାରିବ ବୋଲି କହିଥିଲେ । 

ଶ୍ରୀ ରାଜକିଶୋର ଶର୍ମା,ଗବେଷକ ଏହି ପ୍ରତିଯୋଗୀତା କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ବିଭିନ୍ନ ଜୋନର ଆଞ୍ଚଳିକ ନିର୍ଦ୍ଦେଶକ, ମହାବିଦ୍ୟାଳୟର ପ୍ରିନସିପାଲ, ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଦେବା ସହ ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଭିନ୍ନକ୍ଷମାମାନଙ୍କ ନିମନ୍ତେ କାର୍ଯ୍ୟକରି ସେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କୃତ ହୋଇଥିବା କଥା ସମସ୍ତଙ୍କୁ ଅବଗତ କରାଇଥିଲେ ।  

ଶ୍ରୀ ଶର୍ମା ଏହି କୁଇଜ ପ୍ରତିଯୋଗୀତାର ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ ଏବଂ ପ୍ରତିଯୋଗୀତାକୁ ସଞ୍ଚାଳନ କରିଥିଲେ । କୁଇଜ ପ୍ରତିଯୋଗିତାର ନିୟମ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ ।  

ଏହି ପ୍ରତିଯୋଗୀତାରେ ରାଜଧାନୀ କଲେଜ ବରମୁଣ୍ଡା, ଭୁବନେଶ୍ବର, କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ, ବାଲେଶ୍ଵର, ବିନାୟକ ଆଚାର୍ଯ୍ୟ ଡିଗ୍ରୀ କଲେଜ, ବ୍ରହ୍ମପୁର୍, ସିନ୍ଧେଦେବୀ ଡିଗ୍ରୀ କଲେଜ, ନନ୍ଦପୁର, କୋରାପୁଟ ଏବଂ ହୀରାକୁଦ କଲେଜ, ହିରାକୁଦର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କହିଥିଲେ । 

ଏହି ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ହିରାକୁଦ କଲେଜ, ହିରାକୁଦର ଅଭିଷେକ ସିଂ ଏବଂ ରିତେଶ ଡାଙ୍ଗ ଅଂଶ ଗ୍ରହଣ କରିବା ସହ କୁଇଜ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିଲେ।  

ଏହି ଦୁଇ କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ ସହ ଉଭୟଙ୍କୁ ୫,000/- (ପାଞ୍ଚ ହଜାର)ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। 

ଶେଷରେ ଶ୍ରୀମତୀ ହରିଚନ୍ଦନ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।