ଶାସନପଡ଼ିଆରେ ବରିଷ୍ଠ ନାଗରୀକ ମାନଙ୍କ ପାଇଁ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର...
ଶାସନପଡ଼ିଆରେ ବରିଷ୍ଠ ନାଗରୀକ ମାନଙ୍କ ପାଇଁ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର...
ଏକାମ୍ର ବରିଷ୍ଠ ନାଗରୀକ ସଂଘ ପୂରୁଣା ଭୁବନେଶ୍ବର ଓ ସ୍ପର୍ଶ ହସ୍ପିଟାଲ ମିଳିତ ଉଦ୍ୟମ ରେ ଶାସନପଡ଼ିଆ ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ନାଗରୀକ ମାନଙ୍କ ପାଇଁ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ସ୍ୱାସ୍ଥ୍ୟ ସେବା ଶିବିର ରେ ସ୍ପର୍ଶ ହସ୍ପିଟାଲ ର ପ୍ରସିଦ୍ଧ ହାର୍ଟ ଚିକିତ୍ସକ ଡାକ୍ତର ଶ୍ରୀଗୁରୁଦତ୍ତ ମହାରଣା, ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ସ୍ୱେତାଲୀନ,ଡାକ୍ତର ଶ୍ରୀ ଅଭିମନ୍ୟୁ ଓ ଡାକ୍ତର ଶ୍ରୀ ଭାରତ ଦାସ ପ୍ରମୁଖ ଙ୍କ ସହ ହସ୍ପିଟାଲ ର ଅଭିଜ୍ଞ ନର୍ସ ଏବଂ ଲାବ ସହାୟକ ମାନଙ୍କ ଦ୍ୱାରା ସ୍ଥାନୀୟ ବରିଷ୍ଟ ନାଗରୀକ ମାନଙ୍କ ର ଉତ୍ତମ ମାନର ସ୍ୱାସ୍ଥ୍ୟ ସେବା କରାଯାଇଥିଲା।
ସକାଳ ନଅ ଘଟିକା ଠାରୁ ଦିନ ଗୋଟିଏ ପର୍ଯ୍ୟନ୍ତ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା, ଜନସାଧାରଣ ମାନଙ୍କ ର ଡାଇବେଟିସ , ଇସିଜି, ଆଣ୍ଠୁ ଗଣ୍ଠି, ମୂତ୍ରାଶୟ ରୋଗ , ହାର୍ଟ ଆଦି ବହୁ ରୋଗ ପରୀକ୍ଷା କରାଯାଇଥିଲା
ଏହି ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର କୁ ପରିଚାଳନାରେ ସହଯୋଗ କରିଥିଲେ ଏକାମ୍ର ବରିଷ୍ଠ ନାଗରୀକ ସଂଘ ସଭାପତି ଶ୍ରୀ ହୃଷିକେଶ ତ୍ରିପାଠୀ,
ସମ୍ପାଦକ ଶ୍ରୀ ଧିରେନ ପଟ୍ଟନାୟକ, ଉପଦେଷ୍ଟ ତଥା ବରିଷ୍ଠ ସମାଜସେବୀ କର୍ପୋରେଟର ଶ୍ରୀ ରାଜେନ୍ଦ୍ର ସମର୍ଥା ,
କାର୍ଯ୍ୟ କାରୀ ସଭାପତି ଶ୍ରୀ ଡଃ ନୀତି ରଂଜନ ଚାନ୍ଦ,
ଉପସଭାପତି ଶ୍ରୀ ରାମାକାନ୍ତ ମହାନ୍ତି,ଶ୍ରୀ ଅଶୋକ ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦକ ଶ୍ରୀ ସକ୍ଲେଶ୍ୱର ପଟ୍ଟନାୟକ ଏଵଂ ବିଶିଷ୍ଟ ସମାଜସେବୀ ସର୍ବଶ୍ରୀ ନରେନ୍ଦ୍ର ସମର୍ଥା ,ରୁଦ୍ରପ୍ରସାଦ ମାହାପାତ୍ର, ଅରକ୍ଷିତ ସାହୁ, ପ୍ରଶାନ୍ତ ପ୍ରହରାଜ, ହେମନ୍ତ ପଣ୍ଡା ପ୍ରମୁଖ।
ଏହି ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର ରେ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ଉତ୍ତମ ମାନର ସ୍ୱାସ୍ଥ୍ୟ ସେବା ପାଇ ଥିବାରୁ ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ ତଥା ସ୍ତମ୍ଭାକାର ସତ୍ୟମ ଶିବମ ସୁନ୍ଦରମ୍ ପତ୍ରିକା ପ୍ରକାଶନ ର ମୁଖ୍ୟ ସମ୍ପାଦକ ଇଂଜିନିୟର ଜିତେନ କୁମାର ରାଉତରାୟ ଯୋଗଦେଇ, ଆୟୋଜକ ଏକାମ୍ର ବରିଷ୍ଠ ନାଗରୀକ ସଂଘ କର୍ମକର୍ତ୍ତା ଓ ସ୍ପର୍ଶ ହସ୍ପିଟାଲର ଅଭିଜ୍ଞ ଡାକ୍ତର ମାନଙ୍କୁ ଉଚ୍ଚ ପ୍ରଶଂସା କରି ସାଧୁବାଦ ଜଣାଇଥିଲେ।