ସଡକ ଦୁର୍ଘଟଣା : ୧୨ ଯାତ୍ରୀ ଆହତ

ଦିଗପହଣ୍ଡି : ତପ୍ତପାଣି ଘାଟିରେ ଓଲଟି ପଡିଛି ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣା ଫଳରେ ଏଥିରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ସମସ୍ତ ଗୁରୁତର ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ କରୁଛି। ସୂଚନା ଅନୁଯାୟୀ, ଭାରସାମ୍ୟ ହରାଇ ତପ୍ତପାଣି ଘାଟିରେ ଓଲଟିଲା ତୀର୍ଥଯାତ୍ରୀ ବସ। ଫଳରେ ଏଥିରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ସମସ୍ତ ଗୁରୁତର ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ତୀର୍ଥଯାତ୍ରୀ ବସଟି କୋରାପୁଟରୁ ପୁରୀକୁ ଯାଉଥିଲା। ତେବେ ତପ୍ତପାଣି ପାଳୁଖୋଳା ନିକଟରେ ପହଁଚିଲା ବେଳକୁ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଘଟଣା ସ୍ଥଳରେ ପାଟପୁର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା।

Feb 16, 2024 - 17:33
 7
ସଡକ ଦୁର୍ଘଟଣା : ୧୨ ଯାତ୍ରୀ ଆହତ