2026-27 ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ କ୍ୟାବିନେଟ ଅନୁମୋଦନ

Oct 1, 2025 - 20:34
 5
2026-27 ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ କ୍ୟାବିନେଟ ଅନୁମୋଦନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥକ ବ୍ୟାପାର କ୍ୟାବିନେଟ କମିଟି (ସିସିଇଏ) 2026-27 ବିପଣନ ଋତୁ ପାଇଁ ସମସ୍ତ ବାଧ୍ୟତାମୂଳକ ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ମଞ୍ଜୁରୀ ଦେଇଛି।

ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସରକାର 2026-27 ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି। କୁସୁମ (ପ୍ରତି କ୍ରିଣ୍ଟାଲ 600 ଟଙ୍କା)ର ଏମଏସପିରେ ସର୍ବାର୍ଧକ ବୃଦ୍ଧି କରାଯାଇଛି । ଏହାପରେ ମସୁର ଏମଏସର୍ପି କ୍ରିଣ୍ଟାଲ ପ୍ରତି 300 ଟଙ୍କା ବଢ଼ିଛି। ରେପସିଡ୍ ଏବଂ ସୋରିଷ, ଚଣା, ଯଅ ଏବଂ ଗହମ ପାଇଁ ଏମଏସପି ଯଥାକ୍ରମେ କ୍ରିଣ୍ଟ୍ରାଲ ପ୍ରତି 250 ଟଙ୍କା, କ୍ରିଣ୍ଟାଲ ପ୍ରତି 225 ଟଙ୍କା, କ୍ରିଣ୍ଟାଲ ପ୍ରତି 170 ଟଙ୍କା ଏବଂ 160 ଟଙ୍କା ବୃଦ୍ଧି କରାଯାଇଛି ।