GST ହ୍ରାସରେ ଗ୍ରାହକମାନେ ମାଲା ମାଲା !!

Sep 24, 2025 - 17:52
 7
GST ହ୍ରାସରେ ଗ୍ରାହକମାନେ ମାଲା ମାଲା !!

ନବରାତ୍ରୀ ଏବଂ ଟିକସ ହ୍ରାସ ଯୋଗୁ କିଣାକିଣି ପାଇଁ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

22 ସେପ୍ଟେମ୍ବର 2025 ତାରିଖ ଦେଶର ଦୋକାନୀ, ଗାଡ଼ି ବିକ୍ରେତା ଏବଂ ପ୍ରତ୍ୟେକ ଗ୍ରାହକଙ୍କ ସ୍ମୃତିରେ ତାଜା ହୋଇ ରହିବ I କାରଣ ଜିଏସଟି 2.0 ଲାଗୁ ହେବାର ପ୍ରଥମ ଦିନରେ ଗ୍ରାହକଙ୍କ ମଧ୍ୟରେ ବିଭିନ୍ନ ଜିନିଷ କିଣାକିଣି ପାଇଁ ପ୍ରବଳ ଉତ୍ସାହ ଦେଖ‌ିବାକୁ ମିଳିଛି । ସାରା ଦେଶରେ ନବରାତ୍ରୀର ପ୍ରଥମ ପୂଜା ଆରମ୍ଭ ହେବା ସହିତ ମୋଦୀ ସରକାର ଜିଏସଟି 2.0 ଲାଗୁ କରିଛନ୍ତି; ଏହା ଦେଶବାସୀଙ୍କ ପାଇଁ ପ୍ରକୃତ ଦୀପାବଳି ଉପହାର ସାବ୍ୟସ୍ତ ହୋଇଛି । ନବରାତ୍ରୀର ପ୍ରଥମ ଦିନରେ ଏହି ସମୟୋଚିତ ଟିକସ ସଂସ୍କାର ସାଧାରଣ ଲୋକଙ୍କୁ ଏକସଙ୍ଗେ ଦରହ୍ରାସ, ସରଳ ଟିକସ ବ୍ୟବସ୍ଥା ଏବଂ ନିତ୍ୟବ୍ୟବହାର୍ଯ୍ୟ ଜରୁରି ସାମଗ୍ରୀ କିଣିବା ଲାଗି ତ୍ବରିତ ଆଶ୍ବସ୍ତି ପ୍ରଦାନ କରିଛି । ଏହା ସେମାନଙ୍କ ଖୁସିକୁ ବହୁଗୁଣିତ କରିଛି।

ପ୍ରଧାନମନ୍ତ୍ରୀ ମୋଦୀ ଜିଏସଟି 2.0 କୁ ‘‘ଭାରତର ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ଏକ ସଂସ୍କାର'' ବୋଲି କହିଥିଲେ I ତାଙ୍କ କଥାରେ ସତ୍ୟତା ରହିଛି । ଏହା କେବଳ ଏକ ଫମ୍ପା ନୀତିଗତ ପରିବର୍ତ୍ତନ ନୁହେଁ ବରଂ ଏକ ଉତ୍ସବମୁଖୀ ଆନନ୍ଦ ପରି ଅନୁଭବ ହୋଇଛି। ବଜାରକୁ ଅବଲୋକନ କଲେ କାର ଶୋ' ରୁମଗୁଡ଼ିକରେ ଗ୍ରାହକଙ୍କର ଧାଡ଼ି ଲମ୍ବିଛି । ଅନଲାଇନ୍ କାର୍ଟଗୁଡ଼ିକର ଅର୍ଡର ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି । ପ୍ରଥମ ଦିନରେ ପାର୍ବଣ କିଣାକିଣି ସବୁ ରେକର୍ଡ ଟପିବାର ସଂକେତ ଦେଇଛି ।

ଐତିହାସିକ ସଂଖ୍ୟା ସହିତ ଅଟୋମୋବାଇଲ କ୍ଷେତ୍ର ସମସ୍ତଙ୍କ ଦୃଷ୍ଟି। ଆକର୍ଷଣ । କରିଛି I ନୂତନ ଜିଏସଟି ଢାଞ୍ଚା ଅଧୀନରେ, 4 ମିଟରରୁ କମ୍ ଛୋଟ କାରଗୁଡ଼ିକୁ 18% ସ୍ଲାବକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଅଟୋମୋବାଇଲ ଉପରେ କ୍ଷତିପୂରଣ ସେସ୍ ସମ୍ପୂର୍ଣ୍ଣ ଭାବରେ ହଟାଇ ଦିଆଯାଇଛି। ଏହି କାରଣରୁ ଜିଏସଟି 2.0ର ପ୍ରଥମ ଦିନରେ ମାରୁତି କାର କିଣିବା ଲାଗି କମ୍ପାନୀ ସହ 80,000ରୁ ଅଧିକ ଲୋକ ଯୋଗାଯୋଗ କରିଛନ୍ତି । ଗୋଟିଏ ଦିନରେ କମ୍ପାନୀର 30,000 କାର୍ ବିକ୍ରି ହେ ହୋଇଛି ଯାହା କି ଗତ 35 ବର୍ଷ ମଧ୍ୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଛୋଟ କାର୍ ବୁକିଂ ସାଧାରଣ ପାର୍ବଣ ଋତୁ ଦର ତୁଳନାରେ 50% ବୃଦ୍ଧି ପାଇଛି ।

ସେହିପରି ଗୋଟିଏ ଦିନରେ ହ୍ୟୁଣ୍ଡାଇର ବିଲିଂ ମଧ୍ଯ 11 ହଜାରକୁ ବୃଦ୍ଧି ପାଇଛି ଯାହାକି ଗତ 5 ବର୍ଷ ମଧ୍ୟରେ ସର୍ବାଧ‌ିକ । ନବରାତ୍ରିର ପ୍ରଥମ ଦିନରେ ଟାଟା ମୋଟର୍ସ 10,000 କାର୍ ବିକ୍ରି କରିଥିବା ବେଳେ 25,000 ରୁ ଅକ ଗ୍ରାହକ କାର କିଣିବାକୁ ଯୋଗାଯୋଗ କରିଛନ୍ତି ଯାହାକି ଏକ ରେକର୍ଡ । ପାର୍ବଣ ଋତୁର କମ୍ପାନୀ ପାଇଁ ଏହା ଦୃଢ଼ ଆରମ୍ଭ I ଶୋ' ରୁମ୍ ଆସୁଥୁବା ଗ୍ରାହକଙ୍କ ସଂଖ୍ୟା ଏବଂ ବୁକିଂ ମଧ୍ୟ ବଢ଼ିଛି । ଅଗଣିତ ପରିବାର ପାଇଁ ଜିଏସଟି 2.0 ଦୀର୍ଘ ଦିନର ସ୍ବପ୍ନକୁ ବାସ୍ତବତାରେ ପରିଣତ କରିଛି। ଗାଡ଼ି କେବଳ ଅଧିକ ସୁଲଭ ହୋଇନାହିଁ ବରଂ ଏକ ପ୍ରକୃତ ଉତ୍ସବ କ୍ରୟର ଆନନ୍ଦ ଦେଇଛି।