ପାର୍ବଣରେ ପୂଜା ପେଣ୍ଡାଲ ପାଇଁ ଜାରି କଲେ ଗାଇଡ଼ ଲାଇନ BMC ମେୟର ସୁଲୋଚନା ଦାସ |

Sep 4, 2025 - 20:22
 24
ପାର୍ବଣରେ ପୂଜା ପେଣ୍ଡାଲ ପାଇଁ ଜାରି କଲେ ଗାଇଡ଼ ଲାଇନ BMC ମେୟର ସୁଲୋଚନା ଦାସ |

ପାର୍ବଣ ସମୟରେ ପାର୍କିଂ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଦ୍ୱାରା ଏକ ପ୍ରସ୍ତୁତି ବୈଠକ ରେ ନିଷ୍ପତ୍ତି ନିଆ ଯାଇଛି। 

ନିଷ୍ପତ୍ତି ଅନୁଯାୟୀ, ପାର୍କିଂ ବ୍ୟବସ୍ଥା ନ ଥିଲେ କୌଣସି ମୀନା ବଜାରକୁ ଅନୁମତି ଦିଆଯିବ ନାହିଁ | 

ଉପଯୁକ୍ତ ଯୋଜନା ବିନା ରାବଣ ପୋଡି ଉତ୍ସବ କରିବାକୁ ଅନୁମତି ଦିଆଯିବ ନାହିଁ | 

ମୁଖ୍ୟ ରାସ୍ତା ଉପରେ ବା କ୍ରସ କରି କୌଣସି ସାଜସଜ୍ଜା ଫାଟକ (ତୋରଣ) ଅନୁମତି ଦିଆଯିବ ନାହିଁ ପୂଜା ପେଣ୍ଡାଲ ସାଇଟରେ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ | 

ରାତିରେ ପୋଲିସ ସଚେତନତା ବାର୍ତ୍ତା ବଣ୍ଟନ କରିବ। 

ଉତ୍ସବ ପୂର୍ବରୁ ବିଦ୍ୟୁତ ପୋଲ ଏବଂ ତାର ଗୁଡ଼ିକର ମରାମତିକୁ ପ୍ରାଥମିକତା ଦିଆଯିବ | 

ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁରମାନଙ୍କୁ ହଟାଇ ଦିଆଯିବ |

ଏ ସବୁ ନିୟମ ମାନ ପାଳନ କରି ପାର୍ବଣ ରେ ପୂଜାକୁ ସାର୍ବଜନୀନ କରିବାକୁ ମେୟର ସୁଲୋଚାନା ଦାସ ସୂଚନା ଦେଇଛନ୍ତି