ବୌଦ୍ଧ ଧର୍ମର ବିକାଶ ପାଇଁ BJP ସରକାର ଆଉ ଏକ ପାଦ ଆଗରେ

Aug 23, 2025 - 08:39
 6
ବୌଦ୍ଧ ଧର୍ମର ବିକାଶ ପାଇଁ BJP ସରକାର ଆଉ ଏକ ପାଦ ଆଗରେ

ଓଡ଼ିଶାରେ ଥିବା ପ୍ରସିଦ୍ଧ ବୌଦ୍ଧଧର୍ମ ସ୍ଥଳଗୁଡିକରେ ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ ଏବଂ ଲାଇଟ୍ ଅଫ ବୁଦ୍ଧ ଫାଉଣ୍ଡେସନ ଇଣ୍ଟରନ୍ୟାସନାଲ ସଂସ୍ଥା ଭିତରେ ଏକ ତ୍ରିପକ୍ଷୀୟ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ସମେତ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।