ଭାରତ-ଇଏଫଟିଏ ବାଣିଜ୍ୟ ଚୁକ୍ତି: 100 ବିଲିୟନ ଡଲାର ନିବେଶ ଏବଂ 10 ଲକ୍ଷ ନିଯୁକ୍ତିର ସୁଯୋଗ

Oct 12, 2025 - 08:37
 6
ଭାରତ-ଇଏଫଟିଏ ବାଣିଜ୍ୟ ଚୁକ୍ତି: 100 ବିଲିୟନ ଡଲାର ନିବେଶ ଏବଂ 10 ଲକ୍ଷ ନିଯୁକ୍ତିର ସୁଯୋଗ

ଭାରତ ଏବଂ ଇଏଫଟିଏ 2024 ମସିହା ମାର୍ଚ୍ଚ ମାସ 10 ତାରିଖରେ ବାଣିଜ୍ୟ ଏବଂ ଆର୍ଥକ ଭାଗିଦାରୀ ରାଜିନାମା (ଟିଇପିଏ) ସ୍ବାକ୍ଷର କରିଥିଲେ; ଏହା 2025 ମସିହା ଅକ୍ଟୋବର 1 ତାରିଖରେ କାର୍ଯ୍ୟକାରୀ ହୋଇଥିଲା, ଯାହା ଚାରୋଟି ବିକଶିତ ୟୁରୋପୀୟ ରାଷ୍ଟ୍ର ସହିତ ଭାରତର ପ୍ରଥମ ଏଫଟିଏ ଥିଲା ।

 ଟିଇପିଏ 15 ବର୍ଷ ମଧ୍ୟରେ 100 ବିଲିୟନ ଆମେରିକୀୟ ଡଲାରର ନିବେଶ ଏବଂ 10 ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ, ଯାହା କୌଣସି ଭାରତୀୟ ଏଫଟିଏରେ ଏହି ପ୍ରକାରର ପ୍ରଥମ ଉତ୍ତରଦାୟୀ ପ୍ରତିଶ୍ରୁତି।

ଇଏଫଟିଏ 92.2% ଟାରିଫ୍ ଲାଇନ (ଭାରତର ରପ୍ତାନିର 99.6%)କୁ କଭର କରୁଥିବା ବେଳେ ଭାରତ 82.7% (ଇଏଫଟିଏର ରପ୍ତାନିର 95.3%) କଭର କରେ, ଯାହା ଦୁଗ୍ଧ, ସୋୟା, କୋଇଲା ଏବଂ କୃଷି ଭଳି ପ୍ରମୁଖ କ୍ଷେତ୍ରକୁ ସୁରକ୍ଷା ଦିଏ ।

ଏହି ଚୁକ୍ତି ବଜାର ପ୍ରବେଶକୁ ବିସ୍ତାର କରିଥାଏ, ଉତ୍ପାଦନ ଏବଂ ନବସୃଜନକୁ ପ୍ରେରଣା ଦିଏ, ଏବଂ ପ୍ରଯୁକ୍ତିବିଦ୍ୟା ଓ ଦୀର୍ଘସ୍ଥାୟୀତ୍ୱ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରେ।

ନର୍ସି, ଆକାଉଣ୍ଟାନ୍ସି ଏବଂ ସ୍ଥାପତ୍ୟ ଭଳି କ୍ଷେତ୍ରରେ ଡିଜିଟାଲ ବିତରଣ, ବାଣିଜ୍ୟିକ ଉପସ୍ଥିତି, ପେସାଦାର ଗତିଶୀଳତା ଏବଂ ପାରସ୍ପରିକ ସ୍ୱୀକୃତି ରାଜିନାମା (ଏମଆରଏ) ମାଧ୍ଯମରେ ସେବା ରପ୍ତାନୀ ଲାଭ କରିଥାଏ।

10 ମାର୍ଚ୍ଚ 2024ରେ ନୂଆଦିଲ୍ଲୀରେ ସ୍ବାକ୍ଷରିତ ଭାରତ-ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ (ଇଏଫଟିଏ) ବାଣିଜ୍ୟ ଏବଂ ଆର୍ଥିକ ସହଭାଗୀତା ଚୁକ୍ତିନାମା (ଟିଇପିଏ) 1 ଅକ୍ଟୋବର 2025ରେ କାର୍ଯ୍ୟକାରୀ ହୋଇଥିଲା, ଯାହା ଭାରତର ବାହ୍ୟ ବାଣିଜ୍ୟ ନୀତିରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ଥୂଲା । ଇଏଫଟିଏ ହେଉଛି ଆଇସଲ୍ୟାଣ୍ଡ, ଲିଚେନଷ୍ଟାଇନ, ନରୱେ ଏବଂ ସ୍ଵିଜରଲ୍ୟାଣ୍ଡର ଆନ୍ତଃସରକାରୀ ସଂଗଠନ। ଏହା ଚାରୋଟି ବିକଶିତ ୟୁରୋପୀୟ ରାଷ୍ଟ୍ର ସହିତ ଭାରତର ପ୍ରଥମ ମୁକ୍ତ ବାଣିଜ୍ୟ ଚୁକ୍ତିନାମା, ଏବଂ ପରିମାଣ ଓ ଉଦ୍ଦେଶ୍ୟ ଦୃଷ୍ଟିରୁ ସବୁଠାରୁ ମହତ୍ବାକାଂକ୍ଷୀ ଚୁକ୍ତିନାମା ମଧ୍ଯରୁ ଅନ୍ୟତମ। ଏହିଁ ରାଜିନାମାରେ ଉତ୍ପାଦ ପାଇଁ ବଜାର ସୁବିଧା, ଉତ୍ପତି ସ୍ଥାନର ନିୟମ, ବାଣିଜ୍ୟ ସୁବିଧା, ବାଣିଜ୍ୟିକ ସମାଧାନ, ବୌଦ୍ଧିକ ସମ୍ପତ୍ତା ଅଧୂକାର, ବାଣିଜ୍ୟ ଓ ଦୀର୍ଘସ୍ଥାୟୀ ବିକାଶ ଆଦି 14ଟି ପ୍ରମୁଖ ଅଧ୍ୟାୟକୁ ସାମିଲ କରାଯାଇଛି। ଏହି ରାଜିନାମା ଆଗାମୀ 15 ବର୍ଷ ମଧ୍ୟରେ 100 ବିଲିୟନ ଡଲାର ନିବେଶ ସୁଯୋଗ ସହିତ ଭାରତରେ ପ୍ରାୟ 10 ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ।