ଭାରସ୍ୟାମ ହରାଇ କେନାଲ ଭିତରେ ପଶିଲା କାର

କେନ୍ଦୁଝର : ଭାରସ୍ୟାମ ହରାଇ କେନାଲ ଭିତରେ ପଶିଲା କାର । ଏହି ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ତୁରୁମୁ୍ଙ୍ଗା ଥାନା ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି । ଆଜି ସକାଳୁ କାରଟି କେନ୍ଦୁଝରରୁ ଆସୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା କେନାଲ ଭିତରେ ପଶିଯାଇଥିଲା । ଏହି ଦୁର୍ଘଟଣାରେ କାର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କାର ଚାଳକର ଅସାବଧାନତା ପାଇଁ କାର କେନାଲ ଭିତରେ ପଶିଯାଇଥିଲା । ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଛି । ଘଟଣାର ଅଧିକ ତଦନ୍ତ ପାଇଁ ପୋଲିସ କାର ଚାଳକକୁ ପଚରାଉଚରା କରୁଛି ।

Mar 14, 2024 - 16:53
 14
ଭାରସ୍ୟାମ ହରାଇ କେନାଲ ଭିତରେ ପଶିଲା କାର