ମୃତ ପୁଅକୁ ନ୍ୟାୟ ଦେବା ପାଇଁ ଏମିତ କଲେ ବାପା...

ନୂଆଦିଲ୍ଲୀ : ମୃତ ପୁଅକୁ ନ୍ୟାୟ ଦେବା ପାଇଁ ପୁଲିସ ଚାକିରି ଛାଡ଼ି ଓକିଲ ହୋଇଛନ୍ତି । ସାଉଥ ଚାଇନାର ୟାଙ୍ଗସି ପ୍ରାନ୍ତରେ ଜଣେ ବାପା ମୃତ ପୁଅକୁ ନ୍ୟାୟ ଦେବା ପାଇଁ ପୁଲିସ ଚାକିରି ଛାଡ଼ି ଓକିଲ ହୋଇଛନ୍ତି। ପ୍ରକାଶିତ ଏକ ରିପୋର୍ଟ ମୁତାବକ, ୨୦୨୧ ନଭେମ୍ବର ୯ ତାରିଖରେ ୟଙ୍ଗସି ପ୍ରାନ୍ତରେ ଜଣେ ଛାତ୍ର ଜୀବନ ହାରି ଦେଇଥିଲେ। ଜୀବନ ହାରିବା ପୂର୍ବରୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ଛାତ୍ର ଜଣକ ଉଲ୍ଲେଖ କରିଥିଲେ କି, ‘ ମୋର ମୃତ୍ୟୁ ପାଇଁ ବାପା, ମା’ କି ସମାଜ ଦାୟୀ ନୁହନ୍ତି। ଏଥିପାଇଁ କେବଳ ଜୁ ହିଁ ଦାୟୀ।’ ମୃତ ଛାତ୍ରଙ୍କ ନାମ ଡିଙ୍ଗଜି ଝାଙ୍ଗ। ପୁଅର ମୃତ୍ୟୁ ଖବର ପାଇବା ପରେ ଝାଙ୍ଗଙ୍କ ବାପା ଓ ମା’ ସ୍କୁଲ ଯାଇ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ଏଥିରୁ ଜଣାପଡ଼ିଲା କି ଘଟଣା ଦିନ ଶିକ୍ଷକ ଜୁ ସମସ୍ତ ପିଲାଙ୍କ ସାମ୍ନାରେ ଝାଙ୍ଗଙ୍କ ନୋଟ ବୁକ ଫାଡ଼ି ଯାଇଥିବାରୁ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଗାଳିଗୁଲଜ କରିବା ସହିତ ଜୀବନ ହାରିବାକୁ ଉସୁକାଇଥିଲେ। ଶେଷରେ ଝାଙ୍ଗ ସ୍କୁଲ ନିକଟରେ ଥିବା ୨୪ ମହଲା କୋଠାରୁ ନେଇ ଜୀବନ ହାରି ଦେଇଥିଲେ। ଏହି ଘଟଣାକୁ ନେଇ ଶିକ୍ଷକ ଛାତ୍ର ଡିଙ୍ଗଜି ଝାଙ୍ଗଙ୍କ ଦୋଷ ଥିବା କହୁଥିବା ବେଳେ ମୃତକଙ୍କ ବାପା ଘଟଣା ବିଷୟରେ ଜଣିବା ପରେ ପୁଲିସ ଚାକିରି ଛାଡ଼ି ଦେଇ ଓକିଲାତି ପଢ଼ିଥିଲେ। ଓକିଲ ହେବାପରେ ପୁଅକୁ ନ୍ୟାୟ ଦେବା ପାଇଁ ସମସ୍ତ ପ୍ରମାଣ ଏକାଠି କରି ଶିକ୍ଷକ ଜୁଙ୍କୁ କୋର୍ଟ ପର୍ଯ୍ୟନ୍ତ ଘୋଷାରି ନେଇଛନ୍ତି। କୋର୍ଟଙ୍କୁ ସମସ୍ତ ସାକ୍ଷୀ ଓ ପ୍ରମାଣ ଦେବା ପରେ ଝାଙ୍ଗଙ୍କ ନ୍ୟାୟ ଅପେକ୍ଷା କରି ରହିଛନ୍ତି ଓକିଲ ବାପା।

Jan 30, 2024 - 09:31
 6
ମୃତ ପୁଅକୁ ନ୍ୟାୟ ଦେବା ପାଇଁ ଏମିତ କଲେ ବାପା...