ରାଜ୍ୟରେ OUWJ ତରଫରୁ ୬୦ତମ 'ପ୍ରେସ ଡେ' ହୋଟେଲ କେଶରୀ ରେ ରାଷ୍ଟ୍ରୀୟ ସମ୍ପାଦକ ତଥା ରାଜ୍ୟ ଅଧକ୍ଷ ଶ୍ରୀଯୁକ୍ତ ସୁଜ୍ଞାନ ଚୌଧୁରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |
ରାଜ୍ୟରେ OUWJ ତରଫରୁ ୬୦ତମ 'ପ୍ରେସ ଡେ' ହୋଟେଲ କେଶରୀ ରେ ରାଷ୍ଟ୍ରୀୟ ସମ୍ପାଦକ ତଥା ରାଜ୍ୟ ଅଧକ୍ଷ ଶ୍ରୀଯୁକ୍ତ ସୁଜ୍ଞାନ ଚୌଧୁରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |
ପ୍ରଥମ ଅଧିବେଶନରେ ଓଡ଼ିଶାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଦ୍ଵିତୀୟ ଅଧିବେଶନରେ ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇଥିଲେ |
ଅନ୍ୟ ଅତିଥିମାନଙ୍କ ଭିତରେ Dr Prof କୈଳାସ ମିଶ୍ର, Dr D P ଚୌଧୁରୀ ପ୍ରାକ୍ତନ ଜଜ OHC ଏବଂ ପୂର୍ବତନ ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉପସ୍ଥିତ ଥିଲେ |
କାର୍ଯ୍ୟକ୍ରମ ଆରମ୍ଭରେ ଜାତୀୟ ସଂଗୀତ ଗାନ ସହିତ ସମ୍ବଲପୁରୀ ନୃତ୍ୟ ବରଗଡ଼ ଲଳନାମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା |
ଏହି ଅବସରରେ ଅନେକ କୃତୀ ଓ ବିଭିନ୍ନ ଦିଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ମାନପତ୍ର, ଉତ୍ତରୀ ଓ ଉପଢୌକନ ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା |
ଏହି ଉପଲକ୍ଷେ ଭୁବନେଶ୍ୱର ଜିଲ୍ଲା ସଂଘ ସହଯୋଗରେ ରାଜ୍ୟର ପୁରୀ, କଟକ, ବରଗଡ଼, ସୁନ୍ଦରଗଡ଼ ଇତ୍ୟାଦି ଜିଲ୍ଲାର ଶତାଧିକ ସାମ୍ବାଦିକମାନେ ଯୋଗ ଦେଇଥିଲେ | ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପୁଷ୍ପଗୁଛ ଉତ୍ତରୀ ଓ ପ୍ରମାଣପତ୍ର ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା| ତତସହିତ ରମାଦେବୀ, ବିଜେବି ଓ କିଟ ର Mass Communication ର ଅନେକ ଛାତ୍ରଛାତ୍ରୀମାନେ ଯୋଗଦେଇ 'ଦିବସ' ଉପରେ ସେମାନଙ୍କ ସୁଚିନ୍ତିତ ଭବିଷ୍ୟତ ଅଭିପ୍ରାୟ ରଖିଥିଲେ |