ଚତୁଃସ୍ତରୀୟ ସୁରକ୍ଷା ରଣନୀତି ଅଧୀନରେ, ସ୍ଥାନୀୟ ପ୍ରଶାସନ, ପ୍ରଯୁକ୍ତିବିଦ୍ୟା ଏବଂ ସୁରକ୍ଷା କର୍ମଚାରୀଙ୍କ ଉତ୍ସର୍ଗୀକୃତତାକୁ ସାମିଲ କରି ସୀମାକୁ ଅଭେଦ୍ୟ କରିବା ଏହାର ଉଦ୍ଦେଶ୍ୟ।

Jun 6, 2026 - 09:04
 14
ଚତୁଃସ୍ତରୀୟ ସୁରକ୍ଷା ରଣନୀତି ଅଧୀନରେ, ସ୍ଥାନୀୟ ପ୍ରଶାସନ, ପ୍ରଯୁକ୍ତିବିଦ୍ୟା ଏବଂ ସୁରକ୍ଷା କର୍ମଚାରୀଙ୍କ ଉତ୍ସର୍ଗୀକୃତତାକୁ ସାମିଲ କରି ସୀମାକୁ ଅଭେଦ୍ୟ କରିବା ଏହାର ଉଦ୍ଦେଶ୍ୟ।

ଚତୁଃସ୍ତରୀୟ ସୁରକ୍ଷା ରଣନୀତି ଅଧୀନରେ, ସ୍ଥାନୀୟ ପ୍ରଶାସନ, ପ୍ରଯୁକ୍ତିବିଦ୍ୟା ଏବଂ ସୁରକ୍ଷା କର୍ମଚାରୀଙ୍କ ଉତ୍ସର୍ଗୀକୃତତାକୁ ସାମିଲ କରି ସୀମାକୁ ଅଭେଦ୍ୟ କରିବା ଏହାର ଉଦ୍ଦେଶ୍ୟ। ଶ୍ରୀ ଶାହ କହିଥିଲେ ଯେ ସ୍ମାର୍ଟ ବାଡର ପରିକଳ୍ପନା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି ଏବଂ ଖୁବ୍ ଶୀଘ୍ର ଏକ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ବିଭିନ୍ନ ସୀମାରେ ଏକାସାଙ୍ଗରେ ସାତ କିମ୍ବା ଆଠଟି ସ୍ଥାନରେ ଏହି ପାଇଲଟ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ ସମୟରେ ସମ୍ମୁଖୀନ ହେଉଥ‌ିବା ଯେକୌଣସି ପ୍ରାରମ୍ଭିକ ଆହ୍ବାନର ସମାଧାନ କରାଯିବ, ଯାହା ପରେ ସମଗ୍ର ସୀମା ନେଟୱାର୍କକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ପଦକ୍ଷେପକୁ ବୃଦ୍ଧି କରାଯିବ।

ଗୃହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଜିଲ୍ଲା ମାଜିଷ୍ଟ୍ରେଟ୍, ପୋଲିସ ଅଧୀକ୍ଷକ, ଗ୍ରାମ ପଟୱାରୀ ଏବଂ ସରପଞ୍ଚମାନେ ମଧ୍ୟ ଏହି ଢାଞ୍ଚାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ସେ ଗୁରୁତ୍ବାରୋପ କରିଥିଲେ ଯେ ସୀମାବର୍ତ୍ତୀ ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ଏହି ଧାରଣାରେ ସାମିଲ ନହେବା ପର୍ଯ୍ୟନ୍ତ ସୀମାକୁ ପ୍ରକୃତରେ ଅଭେଦ୍ୟ କରାଯାଇପାରିବ ନାହିଁ। ସେ କହିଥିଲେ ଯେ ବିଚ୍ଛିନ୍ନ ଭାବେ ସୀମା ସୁରକ୍ଷାର କଳ୍ପନା କଦାପି ସଫଳ ହେବ ନାହିଁ ।

ଶ୍ରୀ ଅମିତ ଶାହ କହିଥିଲେ ଯେ ଦେଶର ସୀମାର ସୁରକ୍ଷା ପାଇଁ ତ୍ରିପୁରା ସୀମାନ୍ତ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେ କହିଥିଲେ ଯେ, ସୀମା ବାଡ଼ର ଆଧୁନିକୀକରଣ ପାଇଁ, ଆମେ ୧୫ ବର୍ଷରୁ ଅଧୂକ ପୁରୁଣା ପାଖାପାଖୂ ୬୫୦ କିଲୋମିଟର ବାଡ଼ର ଏକ ଅଂଶକୁ ବଦଳାଇବା ସହିତ ୧୧୯ କିଲୋମିଟର ନୂତନ ବାଡ଼ ସ୍ଥାପନକୁ ମଧ୍ୟ ଅନୁମୋଦନ କରିଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସୀମା ଆଉଟପୋଷ୍ଟରେ କର୍ମଚାରୀଙ୍କ ସୁବିଧା ଉନ୍ନତ କରିବା ଉଦ୍ଦେଶ୍ୟରେ ଅନେକ ପ୍ରକଳ୍ପ-ଯେପରିକି ବିଦ୍ୟୁତ୍ ଯୋଗାଣ, ସବୁଜ ଶକ୍ତି ପଦକ୍ଷେପ ଏବଂ ନିରାପଦ ପାନୀୟ ଜଳ-କେବଳ ଆରମ୍ଭ କରାଯାଇ ନାହିଁ ବରଂ ସମ୍ପୂର୍ଣ୍ଣ ମଧ୍ୟ ହୋଇଛି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ତ୍ରିପୁରା ହେଉଛି ଏକ ସମ୍ବେଦନଶୀଳ ରାଜ୍ୟ ଯାହା ତିନି ପାର୍ଶ୍ବରେ ସୀମା ଦ୍ବାରା ଘେରି ରହିଛି। ସେ କହିଥିଲେ ଯେ ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଦୂରଦୃଷ୍ଟି ନିର୍ଦ୍ଧାରଣ କରିଛନ୍ତି। ସେ କହିଥିଲେ ଯେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଥମେ ଭାରତକୁ ସୁରକ୍ଷିତ କରିବାର ଆବଶ୍ୟକତା ରହିଛି। ଦେଶକୁ ଚୋରାଚାଲାଣ, ମାନବ ଚାଲାଣ, ଯୁବକମାନଙ୍କୁ ପ୍ରଭାବିତ କରୁଥିବା ନିଶାଦ୍ରବ୍ୟ ଅପବ୍ୟବହାରରୁ ରକ୍ଷା କରାଯିବା ଆବଶ୍ୟକ। ଶ୍ରୀ ଶାହ ଗୁରୁତ୍ବାରୋପ କରିଥିଲେ ଯେ ଭାରତ ସରକାର ଏକ ସ୍ମାର୍ଟ ସୁରକ୍ଷା ଗ୍ରୀଡ ନିର୍ମାଣ କରିବାର କାର୍ଯ୍ୟ ହାତକୁ ନେଇଛନ୍ତି ଯାହା ସମସ୍ତ କ୍ଷେତ୍ରରେ ସୁରକ୍ଷା ସୁନିଶ୍ଚିତ କରିଥାଏ। ସେ କହିଥିଲେ ଯେ ସୀମାରେ ବାଡ଼ ଲଗାଇବାର ସମ୍ପୂର୍ଣ୍ଣ ଧାରଣା ଏବଂ ଆମର କାର୍ଯ୍ୟ ସଂସ୍କୃତିରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଆମ ସମାଜକୁ ପ୍ରଭାବିତ କରୁଥିବା ପ୍ରତ୍ୟେକ ନକରାତ୍ମକତାରୁ ଦେଶ ଏବଂ ଏହାର ସୀମାକୁ ରକ୍ଷା କରିବା ଆମର ଦାୟିତ୍ଵ ହେବ। ଗୃହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆଗାମୀ ଦିନରେ ସୀମା ସୁରକ୍ଷା ଦାୟିତ୍ଵରେ ଥୂବା ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କାର୍ଯ୍ୟ ସଂସ୍କୃତିରେ ସ୍ମାର୍ଟ ବାଡ଼ ଏବଂ ଏକ ଚତୁଃସ୍ତରୀୟ ସୁରକ୍ଷା ଗ୍ରୀଡର ଧାରଣା ସାମିଲ କରାଯାଉଛି।

ବୃକ୍ଷରୋପଣ ଅଭିଯାନ ଅଧୀନରେ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ), ଆସାମ ରାଇଫଲ୍ସ, ଜାତୀୟ ସୁରକ୍ଷା ଗାର୍ଡ (ଏନଏସଜି), ଦିଲ୍ଲୀ ପୋଲିସ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି), ଜାତୀୟ ଅପରାଧ ରେକର୍ଡସ୍ ବ୍ୟୁରୋ (ଏନସିଆରବି), ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ), ପୋଲିସ ଅନୁସନ୍ଧାନ ଏବଂ ବିକାଶ ବ୍ୟୁରୋ (ବିପିଆର ଆଣ୍ଡ ଡି), ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ), ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୂକରଣ (ଏନଡିଏମଏ) ଏବଂ ଆନ୍ତଃରାଜ୍ୟ ପରିଷଦ ସଚିବାଳୟ (ଆଇଏସସିଏସ) ସମେତ ସାରା ଦେଶରେ ଗୃହ ମନ୍ତ୍ରଣାଳୟର ସମସ୍ତ କାର୍ଯ୍ୟାଳୟ ଆଜି ସମଗ୍ର ଦେଶରେ ୫ ଲକ୍ଷରୁ ଅଧୂକ ଚାରା ରୋପଣ କରିଛନ୍ତି।