କାର୍ତ୍ତିକ ମାସ (ରାଧା ଦାମୋଦର)ବ୍ରତର ଵିଧି ବିଧାନ...
କାର୍ତ୍ତିକ ମାସରେ ଯଜ୍ଞ,ଦାନ,ତପ,
ଜପ ଏ ଚାରୋଟି ନିଶ୍ଚିତ ଭାବେ କରିବା ଉଚିତ୍ । ତାର ଫଳ କେବେ ହେଲେ ବିନାଶ ହୁଏ ନାହିଁ।
କାର୍ତ୍ତିକ ମାସର ଅଧିଷ୍ଠାତା ଦେବତା ହେଲେ *ରାଧାରାଣୀ*। ଏହି ମାସ ତାଙ୍କର ଅତୀବ ପ୍ରିୟ।
ଏ ମାସରେ ପ୍ରତ୍ୟେକ ଦିନ *ଶ୍ରୀମଦ୍ ଭଗବଦ୍ ଗୀତା* ପଢ଼ିଲେ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇ ପାରିବେ
ପ୍ରଥମେ ସଂକଳ୍ପ କରିବେ ବ୍ରାହ୍ମମୁହୂର୍ତ୍ତରୁ ସ୍ନାନ କରିବା ପୂର୍ବରୁ ଭଗବାନଙ୍କୁ ଧ୍ୟାନ କରିବେ,
ଅର୍ଘ୍ୟ ପ୍ରଦାନ କରିବା ପରେ ମଙ୍ଗଳା ଆରତୀ କରିବେ
ଅଧିକ ଜପ,*ଭାଗବତମ୍ ଶ୍ରବଣ* କରିବେ।
କାର୍ତ୍ତିକ ମାସରେ ସମସ୍ତ ଆମିଷ ଭୋଜନ ବର୍ଜନ,
ସ୍ତ୍ରୀ ପୁରୁଷ ସଙ୍ଗ ବର୍ଜନ ଏବଂ ଦାମୋଦର ଅଷ୍ଟକମ୍ ଗାଇ ପ୍ରତ୍ୟେକ ଦିନ ଘିଅ ଦୀପ ଅର୍ପଣ ଏବଂ ତୁଳସୀ ପୂଜା ନିହାତି ଏ ସବୁ କରିବା ଉଚିତ୍।
ସ୍ୱାଦିଷ୍ଟ ପ୍ରସାଦ ଗ୍ରହଣ କରିବେ ନାହିଁ।
ରାଶି ତେଲ, ହେଙ୍ଗୁ, କଲରା, ପାମ୍ପଡ ଇତ୍ୟାଦି ଖାଇବେ ନାହିଁ
କାହାର *ଦୋଷ* ଦେଖିବେ ନାହିଁ, କାହାକୁ *ଈର୍ଷା* କରିବେ ନାହିଁ, କୌଣସି ପ୍ରକାର *ଅପରାଧ* କରିବେ ନାହିଁ।
ଅଧିକ ଖାଇବା ଦ୍ଵାରା ନିଦ ଆସିବା ସହ *ରଜୋ ଗୁଣ* ବଢି ଥାଏ।
ପ୍ରତ୍ୟେକ ଦିନ *କ୍ଷିରୀ* ପ୍ରସାଦ ପ୍ରସ୍ତୁତକରି ପାଇପାରିବେ।