ନେପାଳ ର ରାଜନୈତିକ ଅବସ୍ଥା ସମ୍ପୂର୍ଣ ବିଗିଡି ଯାଇଛି, ସାଧାରଣ ଲୋକମାନଙ୍କ ଅବସ୍ଥା ନ କହିଲେ ଭଲ...
ତଥାପି ସ୍ଥିତିରେ ସୁଧାର ନ ଆସିବାରୁ କାଠମାଣ୍ଡ ସମେତ ବିକ୍ଷୋଭ ସ୍ଥାନରେ ପ୍ରଶାସନ ପକ୍ଷରୁ କର୍ତ୍ତ୍ୟ ଲାଗୁ କରାଯାଇଛି। ବାନେଶ୍ବରର ଆଖପାଖ ଅଞ୍ଚଳରେ ପୁଲିସ୍ ଓ ବିକ୍ଷୋଭକାରୀ ମଧ୍ଯ ସଂଘର୍ଷ ଘଟିବାରୁ କାଠମାଣ୍ଡୁ ପ୍ରଶାସନ ଏପରି ପଦକ୍ଷେପ ନେଇଛନ୍ତି। ରାତି ୧୦ଟା ଯାଏ କର୍ପୁ ବଳବତ୍ତର ରହିଥ୍ଲେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଛି।
ବିକ୍ଷୋଭରେ ଯୁବଗୋଷ୍ଠୀ ସାମିଲ ହୋଇଥିବାରୁ ସେମାନଙ୍କୁ ଜେନ ଜେଡ ବିକ୍ଷୋକାରୀ କୁହାଯାଇଛି। ହଜାର ହାଜର ଯୁବକ/ଯୁବତୀ ରାଜରାସ୍ତାରେ ଶୋଭାଯାତ୍ରା କରୁଥିବାରୁ ଏହାକୁ ଜେନ ଜେଡ ବିପ୍ଳବ ଭାବେ ଗଣନା କରାଯାଉଛି। ଅନେକ ବିକ୍ଷୋକାରୀ କଟାକଣା ଯୁକ୍ତ ଅଞ୍ଚଳକୁ ପୁଲିସ୍ ବ୍ୟାରିକେଡ ଭାଙ୍ଗି ପ୍ରବେଶ କରିଛନ୍ତି। ବିକ୍ଷୋଭ ଅଣାୟାତ ହେବାରୁ ପୁଲିସ୍ ଗୁଳି ଚଳାଇଛି ଓ ପ୍ରଶାସନ ପକ୍ଷରୁ କର୍ପୁ ଲଗା ଯାଇଛି। ବିଶେଷ କରି ସଂସଦର ଆଖପାଖ ଅଞ୍ଚଳ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି।