ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଗଠିତ ବ୍ରିକ୍ସ ଗୋଷ୍ଠୀର ଦ୍ବିତୀୟ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ

Jun 4, 2026 - 16:26
 4
ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଗଠିତ ବ୍ରିକ୍ସ ଗୋଷ୍ଠୀର ଦ୍ବିତୀୟ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ

ଭାରତ ୨୦୨୬ ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀ ବୈଠକର ଅଧ୍ଯକ୍ଷତା କରୁଥିବା ବେଳେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୂକରଣ (ଏନଡିଏମଏ) ପକ୍ଷରୁ ପୁରୀ ଠାରେ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀର ଦ୍ବିତୀୟ ବୈଠକ ଆୟୋଜନ କରାଯାଉଛି । ଆଜି ଠାରୁ ଆରମ୍ଭ ହୋଇଥିବା ଏହି ବୈଠକ ଆସନ୍ଧା ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

‘“ଦୀର୍ଘସ୍ଥାୟିତ୍ବ, ନବସୃଜନ, ସହଯୋଗ ଏବଂ ସ୍ଥିରତା ଲାଗି ନିର୍ମାଣ'' ଶୀର୍ଷକ ଏହି ବୈଠକରେ ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର) କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବ୍ରିକ୍ସ ସଦସ୍ୟ ଦେଶ ଯଥା ବ୍ରାଜିଲ, ଚୀନ୍, ଇଜିପ୍ଟ, ଇଥ୍ଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବରିଷ୍ଠ ଅଧୂକାରୀ ଏବଂ ବୈଷୟିକ ବିଶେଷଜ୍ଞମାନେ ଯୋଗ ଦେଉଛନ୍ତି ।

ମୁଖ୍ୟତଃ ଗୋଷ୍ଠୀ-ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ବିପର୍ଯ୍ୟୟ ବିପଦ ପରିଚାଳନା ପାଇଁ ଆର୍ଥିକ ସହାୟତା, ବହୁମୁଖୂ ବିପଦ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା, ଦୃଢ଼ ଭିତ୍ତିଭୂମି, ପ୍ରକୃତି-ଭିତ୍ତିକ ସମାଧାନ ଏବଂ ବିପର୍ଯ୍ୟୟ ସହନଶୀଳତାକୁ ମଜବୁତ କରିବା ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନର ବ୍ୟବହାର ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ବୈଠକରେ ବିଚାରବିମର୍ଶ କରାଯିବ ।

ଓଡ଼ିଶାରେ ବିଶ୍ବ ସ୍ତରରେ ସ୍ବୀକୃତିପ୍ରାପ୍ତ ବିପର୍ଯ୍ୟୟ ପ୍ରସ୍ତୁତି ବ୍ୟବସ୍ଥା ରହିଛି । ଏହା ବିଶେଷକରି ବାତ୍ଯା ପରିଚାଳନା, ପ୍ରାରମ୍ଭିକ ସତର୍କତା ପ୍ରସାରଣ, ସ୍ଥାନାନ୍ତର ଯୋଜନା ଏବଂ ଗୋଷ୍ଠୀ-ଭିତ୍ତିକ ପ୍ରତିକ୍ରିୟା ପ୍ରତିକ୍ରିୟା ବ୍ୟବସ୍ଥାରେ ମୃତକଙ୍କ ସଂଖ୍ୟା ଶୂନ ସ୍ବରରେ ରଖୂବାରେ ରାଜ୍ୟ ସଫଳ ହୋଇଛି । ଏହି ଉପଲବ୍ଧିକୁ ସ୍ବୀକୃତି ଦେଇ ଓଡ଼ିଶାକୁ ଆୟୋଜକ ରାଜ୍ୟ ଭାବରେ ମନୋନୀତ କରାଯାଇଛି ।

।ର କାର୍ଯ୍ୟ ଏହି କାର୍ଯ୍ୟକ୍ରମର ଅଂଶବିଶେଷ ସ୍ବରୂପ, ପ୍ରତିନିଧୂମାନେ ରାମଚଣ୍ଡ ଚଣ୍ଡୀଠାରେ ପାଣିରୁ ଉଦ୍ଧାର ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ଉପରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (ଓଡ୍ରାଫ) ଦ୍ବାରା ଏକ କାର୍ଯ୍ୟକ୍ରମର ପ୍ରଦର୍ଶନ ଦେଖିବେ। ପ୍ରତିନିଧୂମାନେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା) ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଲିମପ୍ରାପ୍ତ ଗୋଷ୍ଠୀ ସ୍ବେଚ୍ଛାସେବୀଙ୍କ ସହ ମଧ୍ୟ ଆଲୋଚନା କରିବେ। ଏହାଦ୍ବାରା ଉପକୂଳ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରଟେ ରେ ଦୃଢ଼ତା ଏବଂ ଗୋଷ୍ଠୀ ଭିତ୍ତକ ପ୍ରସ୍ତୁତିରେ ଓଡ଼ିଶାର ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ବିଷୟରେ ଜାଣିବା ଲାଗି ସୁଯୋଗ ମିଳିବ । ଏହା ସହିତ, ପ୍ରତିନିଧୂମାନେ ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳ କୋଣାର୍କ ପରିଦର୍ଶନ କରିବେ।

ଉଦଘାଟନୀ ଅଧୂବେଶନ ଓ ପ୍ରମୁଖ ପ୍ରମୁଖ କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଓଡ଼ିଶାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଏନଡିଏମଏର ସଦସ୍ୟ ତଥା ବିଭାଗୀୟ ମୁଖ୍ୟ ଡକ୍ଟର କୃଷ୍ଣ ସୁରୂପ ବତ୍ସଙ୍କ ସମେତ ସ୍ବରାଷ୍ଟ୍ର ଏବଂ ବିଦେଶ ମନ୍ତ୍ରଣାଳୟର ଅଧୂକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ର କ୍ରମ ରହିଛି ।