ବ୍ରିଟିଶ ପ୍ରଧାନ ମନ୍ତ୍ରୀ ବାଣିଜ୍ୟ ଚୁକ୍ତି ପରେ ପ୍ରଥମ ଗସ୍ତ କରିବେ ଭାରତ..

Sep 23, 2025 - 17:43
 27
ବ୍ରିଟିଶ ପ୍ରଧାନ ମନ୍ତ୍ରୀ ବାଣିଜ୍ୟ ଚୁକ୍ତି ପରେ ପ୍ରଥମ ଗସ୍ତ  କରିବେ ଭାରତ..

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଆସନ୍ତା ମାସରେ ଭାରତ ଗସ୍ତରେ ଆସିବାର ସମ୍ଭାବନା ରହିଛି। 

ଏହି ଗସ୍ତ ଅକ୍ଟୋବର ୭ ରୁ ୯ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ ଫିନଟେକ ଫେଷ୍ଟ ସମୟରେ ହେବ। 

ତାଙ୍କ ଗସ୍ତ ସମୟରେ କୀର ଷ୍ଟାରମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ।

ୟୁକେ ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। 

ଭାରତ ଏବଂ ୟୁକେ ମଧ୍ୟରେ FTA ସ୍ବାକ୍ଷର ହେବାର ପ୍ରାୟ ଦୁଇ ମାସ ପରେ ଏହି ଗସ୍ତ ହେଉଛି, ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।