ଗବେଷଣା ଓ ଦକ୍ଷତା ନିର୍ମାଣ ବିକାଶ ପାଇଁ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ସୋସାଇଟି ଅଫ୍ ଏକ୍ସଟେନ୍ସନ୍ ଏଡୁକେସନ୍ ମଧ୍ଯରେ ଏମଓୟୁ ସାକ୍ଷର
ଭୁବନେଶ୍ବର, ନଭେମ୍ବର ୨୬: ଗବେଷଣା, ଦକ୍ଷତା ନିର୍ମାଣ ଓ ଜ୍ଞାନ ପ୍ରସାର କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟକଳାପକୁ ଅଗ୍ରସର କରିବା ଉଦ୍ଦେଶ୍ୟରେ ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ (ସିୟୁଓ), କୋରାପୁଟ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ସୋସାଇଟି ଅଫ୍ ଏକ୍ସଟେନ୍ସନ୍ ଏଡୁକେସନ୍ (ଏସଇଇ) ସହ ଏକ ଗୁରୁତ୍ବପୂର୍ଣ୍ଣ ବୁଝାମଣାପତ୍ର (ଏମଓୟୁ) ସାକ୍ଷର କରିଛି।
୨୪-୨୬ ନଭେମ୍ବର ୨୦୨୫ ମଧ୍ୟରେ ଭୁବନେଶ୍ବରର ଶିକ୍ଷା 'ଓ' ଅନୁସନ୍ଧାନ (ସୋଆ) ବିଶ୍ବବିଦ୍ୟାଳୟର କୃଷି ବିଜ୍ଞାନ ଅନୁଷ୍ଠାନରେ ଆୟୋଜିତ, ଦ୍ବିତୀୟ ଅନ୍ତର୍ଜାତୀୟ ଏକ୍ସ Iକ୍ସଟେନ୍ସନ୍ ଏଡୁ ଏଡ୍ୟୁକେସନ୍ କଂଗ୍ରେସ ସମୟରେ ସିୟୁଓର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂ ଚରଣ ରଣ ପଣ୍ଡା ଏବଂ ଏସଇଇର ସାଧାରଣ ସଚିବ ଡ଼. ଜିତେନ୍ଦ୍ର କୁମାର ଚୌହାନଙ୍କ ଦ୍ବାରା ଏହି ଏମଓୟୁ ସାକ୍ଷର ଏବଂ ବିନିମୟ କରାଯାଉ ପାଇଥିଲା। ଏହି ଅବସରରେ ଏସଇଇର ସଭାପତି ପ୍ରଫେସର ପ୍ରେମଜିତ ସିଂ, କେନ୍ଦ୍ରୀୟ କୃଷି ବିଶ୍ବବିଦ୍ୟାଳୟ ଇମ୍ଫାଲର କୁଳପତି ପ୍ରଫେସର ଅନୁପମ ମିଶ୍ର ଏବଂ ସିୟୁଓର କୃଷି Ì ବିଭାଗାଧ୍ଯକ୍ଷ ଡ଼, ମଞ୍ଜୁଶ୍ରୀ ସିଂହ ଉପସ୍ଥିତ ଥିଲେ।
ପ୍ରଫେସର ପଣ୍ଡା କହିଥିଲେ ଯେ, ଏହି ଏମଓୟୁ ଦ୍ବାରା ଦୁଇ ଅନୁଷ୍ଠାନଙ୍କ ମଧ୍ୟରେ ସହଯୋଗର ଏକ ସୁଦୃଢ଼ ସମ୍ପର୍କ ତିଆରି ହେବ, ଯେଉଁଥୂରେ । ସେମିନାର, ସମ୍ମିଳନୀ, କର୍ମଶାଳା ଓ ଶିକ୍ଷା ସମ୍ପର୍କୀୟ ବିଭିନ୍ନ ସଂଯୁକ୍ତ ଆୟୋଜନ; ଜର୍ଣ୍ଣାଲ ପ୍ରକାଶନରେ ସହଯୋଗ; ଏବଂ ଏକ୍ସଟେନ୍ସନ୍ ଏଡୁ ଏଡ୍ୟୁକେସନ୍ ସହିତ ସମ୍ପର୍କିତ କ୍ଷେତ୍ରରେ ଗବେଷଣା ଓ ପ୍ରଶିକ୍ଷଣକୁ ଉନ୍ନତ କରାଯିବ।
ଚୁକ୍ତିନାମା ଅନୁଯାୟୀ, ସିୟୁଓ ଏବଂ ଏସଇଇ ମିଳିତ ଭାବରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସେମିନାର, ୱେବିନାର, ସିମ୍ପୋଜିଆ ଏବଂ ସମ୍ମିଳନୀ ଆୟୋଜନ କରିବେ। ସେମାନେ ବିଶେଷ ପତ୍ରିକା ପ୍ରସଙ୍ଗ ସମେତ ସମ୍ପାଦକୀୟ ଏବଂ ପ୍ରକାଶନ କାର୍ଯ୍ୟକଳାପରେ ମଧ୍ୟ ସହଯୋଗ କରିବେ ଏବଂ ଶୈକ୍ଷିକ ସମ୍ବଳ ଏବଂ ସାମଗ୍ରୀର ଆଦାନପ୍ରଦାନକୁ ସହଜ କରିବେ। ଏହି ଅବସରରେ ଡକ୍ଟର ମଞ୍ଜୁଶ୍ରୀ ସିଂହ କହିଥିଲେ ଯେ "ଏହି ବୁଝାମଣାପତ୍ର ଛାତ୍ର, ଗବେଷକ, ଅଧ୍ୟାପକ ଏବଂ ବୃତ୍ତାଗତଙ୍କ ପାଇଁ କ୍ଷମତା-ନିର୍ମାଣ କାର୍ଯ୍ୟକ୍ରମ ସହିତ ପାରସ୍ପରିକ ସ୍ବାର୍ଥ କ୍ଷେତ୍ରରେ ମିଳିତ ଗବେଷଣା ପ୍ରକଳ୍ପର ବିକାଶକୁ ଆହୁରି ତ୍ବରାନ୍ବିତ କରିବ । ଏହି ଚୁକ୍ତିନାମା ପାଞ୍ଚ ବର୍ଷ ପାଇଁ ବୈଧ ରହିବ"।
ଉଲ୍ଲେଖନୀୟ ଯେ, ତୃତୀୟ ଅନ୍ତର୍ଜାତୀୟ ଏକ୍ସଟେନ୍ସନ୍ ଏଡୁକେସନ୍ କଂଗ୍ରେସ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓଡିଶା, କୋରାପୁଟ; ଶିକ୍ଷା 'ଓ' ଅନୁସନ୍ଧାନ (ଡିମ୍ବୂ ଟୁ ବି ବିଶ୍ବବିଦ୍ୟାଳୟ), ଭୁବନେଶ୍ବର; ଏବଂ ସୋସାଇଟି ଅଫ୍ ଏକ୍ସଟେନ୍ସନ୍ ଏଡୁକେସନ୍, ଆଗ୍ରା ଦ୍ବାରା ସଂଯୁକ୍ତଭାବେ ଆୟୋଜିତ ହୋଇଥିଲା ।
ଏହି ଅବସରରେ ସିୟୁଓର ଅର୍ଥ ଅଧୂକାରୀ, ଶ୍ରୀ ଦୁର୍ଯ୍ୟାଧନ ସେଠୀ, ଡାଇରୀ ସାଇନ୍ସର ମୁଖ୍ୟ ଡ଼. ସଞ୍ଜୟ କୁମାର ପ୍ରଧାନ, କୁଳପତିଙ୍କର ଓଏସଡି ଡ଼. ଅନୁପମ ଡାକୁଆ, ଲୋକସମ୍ପର୍କ ଅଧିକାରୀ ଡ ଫଗୁନାଥ ଭୋଇ, କୃଷି, ଡେୟରୀ ସାଇନ୍ସ ଓ ଫରେଷ୍ଟ୍ରି ବିଭାଗର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ତଥା ଦେଶରୁ ବିଭିନ୍ନ ସ୍ଥାନରୁ ଆସିଥିବା ଅତିଥୂମାନେ ଯୋଗଥୁବା ବିଶ୍ବବିଦ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ଡ଼. ଫଗୁନାଥ ଭୋଇ, ସୂଚନା ଦେଇଛନ୍ତି।