ନୀଳାଦ୍ରି ସ୍ପିରିଚୁଆଲ ଟ୍ରଷ୍ଟ ଦ୍ବାରା ଆୟୋଜିତ ନାଗାର୍ଜୁନ ବେଶ ପରିଦର୍ଶନୀ

Oct 28, 2025 - 21:38
 3
ନୀଳାଦ୍ରି ସ୍ପିରିଚୁଆଲ ଟ୍ରଷ୍ଟ ଦ୍ବାରା ଆୟୋଜିତ ନାଗାର୍ଜୁନ ବେଶ ପରିଦର୍ଶନୀ

ଭୁବନେଶ୍ବର ସ୍ଥିତ ଉତ୍କଳ ମଣ୍ଡପରେ ନୀଳାଦ୍ରି ସ୍ପିରିଚୁଆଲ ଟ୍ରଷ୍ଟ ଦ୍ବାରା ଆୟୋଜିତ ନାଗାର୍ଜୁନ ବେଶ ପରିଦର୍ଶନୀ ଏବଂ ଦାରୁଦେବତା ଶ୍ରୀ ଜଗନ୍ନାଥ ଓ ଜନଜାତି ସଂସ୍କୃତି ବିଷୟକ ସେମିନାରରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ କେନ୍ଦ୍ର ମନ୍ତ୍ରୀ...

ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଜନଜାତି ପରମ୍ପରାର ଏହି ଅନନ୍ୟ ସଂଯୋଗ ଆମ ଓଡ଼ିଶାର ସାଂସ୍କୃତିକ ବୈଭବକୁ ପ୍ରତିଫଳିତ କରେ। ନାଗାର୍ଜୁନ ବେଶ ପରିଦର୍ଶନୀ ମାଧ୍ଯମରେ ଜଗନ୍ନାଥ ସଂସ୍କୃତିର ଗଭୀର ଆଧ୍ୟାତ୍ମିକ ମହତ୍ତ୍ବକୁ ଜନସାଧାରଣଙ୍କ ନିକଟରେ ପ‌ହଞ୍ଚାଇବାର ଏହି ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ।

ଜନଜାତି ସମାଜ ଓ ଜଗନ୍ନାଥ ସଂସ୍କୃତିର ଐତିହାସିକ ସମ୍ପର୍କ ଆମ ସାଂସ୍କୃତିକ ଐକ୍ୟର ଏକ ଉଜ୍ଜ୍ଵଳ ଉଦାହରଣ। ଜନଜାତି ସମ୍ପ୍ରଦାୟର ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇବା ଏବଂ ସେମାନଙ୍କର ସମୃଦ୍ଧ ପରମ୍ପରାକୁ ସଂରକ୍ଷଣ କରିବା ଆମର ପ୍ରାଥମିକତା ।